ଗୋଟିଏ ଥଣ୍ଡା ବୋତଲର ମୂଲ୍ୟ ୩୬ ଲକ୍ଷ : ଡିସ୍‌କାଉଣ୍ଟ ଲୋଭରେ ଫସିଗଲେ ବ୍ୟକ୍ତି..

Published By : Prameya-News7 Bureau | September 22, 2021 IST

ୱାଶିଂଟନ୍‌ ୨୨/୦୯ : କୋଲଡ୍ରିଂକ୍ସର ସମୂର୍ଣ୍ଣ ଟଙ୍କା ନଦେଇ ଆମେରିକାର ଜଣେ ବ୍ୟକ୍ତିଙ୍କୁ ଦେବାକୁ ପଡିବ ଅଧିକ ମୂଲ୍ୟ। ଅଭିଯୁକ୍ତଙ୍କ ଉପରେ ୫୦,୦୦୦ ଡଲାର ଅର୍ଥାତ୍ ୩୬ ଲକ୍ଷ ଟଙ୍କାର ଜରିମାନା ଲାଗିଛି । କେବଳ ଏତିକି ନୁହେଁ, ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । ଅନ୍ୟପଟେ ଅଭିଯୁକ୍ତକୁ ସାମାନ୍ୟ ଅପରାଧ ପାଇଁ ଏପରି ଏତେ ବଡ କଠୋର ଦଣ୍ଡ ନଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ ୩୬ ଲକ୍ଷ ଟଙ୍କା ଦେବାକୁ ସକ୍ଷମ ନୁହଁନ୍ତି ବୋଲି କହିଛନ୍ତି ।

ତେବେ ସୁଚନା ଅନୁଯାୟୀ, ଆମେରିକାର ରହୁଥିବା ଜଣେ ୩୮ ବର୍ଷୀୟ ଜୋସେଫ ସୋବୋଲେୱିକ୍ସି କୋଲଡ୍ରିଂକ୍ସର ସମ୍ପୂର୍ଣ୍ଣ ଟଙ୍କା ନଦେବାରୁ ପୋଲିସ  ଗିରଫ କରିଛି ।, ଜୋସେଫ ଅଗଷ୍ଟ ୨୩ ତାରିଖ ଦିନ ଏକ ଷ୍ଟୋରକୁ ଯାଇଥିଲେ । ସେହି ଷ୍ଟୋରରେ  କୋଲଡ୍ରିଂକ୍ସ   ବୋତଲ ଉପରେ ଡିସକାଉଣ୍ଟ ମିଳୁଥିଲା ଚକ୍କରରେ ସେ  କୋଲଡ୍ରିଂକ୍ସର ପୁରା ଟଙ୍କା ନଦେଇ ଚାଲିଆସିଥିଲେ ।

ତେବେ ଷ୍ଟୋରରେ ଏକ ବୋର୍ଡ ଲଗାଯାଇଥିଲା, ଯେଉଁଥିରେ ଲେଖାଥିଲା ‘୩ ଡଲାରରେ ୨ ବୋତଲ’ । ଜୋସେଫ କାଉଣ୍ଟରରେ ୨ ଡଲାର ଦେଇ ଗୋଟିଏ ବୋତଲ ନେଇ ଚାଲିଆସିଥିଲେ । କିନ୍ତୁ ଏହି ଅଫର ସେତେବେଳେ ମିଳିବ, ଯେତେବେଳେ ଆପଣ ୨ଟି ବୋତଲ କିଣିବେ। ଅର୍ଥାତ୍ ଗୋଟିଏ ବୋତଲର ୨.୨୯ ଡଲାରର ଥିଲା । ଏକଥା କ୍ୟାସିଅରକୁ ଜଣାପଡିବା ପରେ ସେ ଜୋସେଫଙ୍କ ପଛରେ ଦୌଉଡିତିଲେ । କିନ୍ତୁ ସେତେବେଳକୁ ସେ ନିଜ କାରରେ ବସି ପଳାଇଥିଲେ । ଏନେଇ କ୍ୟାସିଅର ପୋଲିସକୁ ଫୋନ କରି ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଜେଲରେ ଭର୍ତ୍ତି କରିଛି ।ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ସୋବୋଲେଭସ୍କିଙ୍କୁ ୫୦,୦୦୦ ଡଲାର ଜୋରିମାନା ଦେବାକୁ ପଡିବ। ଯଦି ଜୋସେଫ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଅତି କମରେ ୭ ବର୍ଷ କାରାଗାରରେ ରଖାଯାଇପାରେ ।

ରିପୋର୍ଟରେ କୁହାଯାଇଛି ଯେ ଚୋରି ଅଭିଯୋଗରେ ଜୋସେଫଙ୍କୁ ତୃତୀୟ ଥର ପାଇଁ ଗିରଫ କରାଯାଇଛି। ୧୦ ବର୍ଷ ପୂର୍ବେ ସେ ପଇସା ନଦେଇ ନିଜ କାରରେ ଗ୍ୟାସ ଭର୍ତ୍ତି କରି ପଳାଇଥିଲେ । ସେହିଭଳି, ୨୦୧୧ ରେ ସେ କିଛି ଯୋଡା ଜୋତା ଚୋରି କରିଥିଲେ । ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ସେ ୭ ବର୍ଷ ଜେଲରେ ବିତାଇଛନ୍ତି। ବାରମ୍ବାର ଅପରାଧ କରିଥିବାରୁ ତାଙ୍କୁ ଏତେ ଜୋରିମାନା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.