କାହାଣୀ କାମ ଦେଲା, ମୃତ ଭାବି ଛାଡ଼ିଦେଲା ବାଘ : ଏବେ ଭିଡିଓ ଭାଇରାଲ୍…

Published By : Prameya-News7 Bureau | January 27, 2020 IST

ଭଣ୍ଡାରା ୨୭/୧: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ଭିଡିଓ ଦେଖି ଜଣା ପଡ଼ୁଛି ଯେ କୌଣସି ଏକ ଗାଁରେ ବାଘ ଆକ୍ରମଣ କରିଛି। ଏହି ଭିଡିଓରେ ଗାଁଲୋକେ ଭିଡ଼ ଜମାଇଛନ୍ତି, କିଛି ଲୋକ ଏପଟ ସେପଟ ଧାଉଁଛନ୍ତି। ଠିକ୍ ସେତିକିବେଳେ ଏକ ଯୁବକ ଧାଉଁ ଧାଉଁ ପଡ଼ି ଯାଉଛି। ବାଘ ଯୁବକକୁ ମାଡ଼ିବସୁଛି କିନ୍ତୁ ଯୁବକ ଜଣକ ଉପସ୍ଥିତ ବୁଦ୍ଧିରେ ନିଜ ଜୀବନ ବଞ୍ଚାଉଛି। ଯୁବକ ତା’ର ନିଃଶ୍ବାସ ରୋକି ସେଠାରେ ପଡ଼ି ରହିଥିଲା। ଆମେ ପିଲାଦିନେ ଏପରି କାହାଣୀ ଶୁଣିଥିଲୁ ଯେ ଯେତେବେଳେ କୌଣସି ବନ୍ୟଜନ୍ତୁ ଆକ୍ରମଣ କରିଥାଏ ସେତେବେଳେ ମୃତ ବ୍ୟକ୍ତି ପରି ପଡ଼ି ରହିଲେ ବନ୍ୟଜନ୍ତୁଟି ଛାଡ଼ି ଚାଲିଯାଇଥାଏ।

wp:core-embed/twitter {"url":"https://twitter.com/ParveenKaswan/status/1221062205774319616","type":"rich","providerNameSlug":"twitter","className":""}
https://twitter.com/ParveenKaswan/status/1221062205774319616
/wp:core-embed/twitter

କୌଣସି ଜନ୍ତୁ ଆକ୍ରମଣ କଲେ କାହାର ଉପସ୍ଥିତ ବୁଦ୍ଧି କାମ କରିନଥାଏ। କିନ୍ତୁ ଏହି ଘଟଣାରେ ଯୁବକ ଚତୁର ସାବ୍ୟସ୍ତ ହେଲା। ପାଖାପାଖି ୧୧ସେକେଣ୍ଡ ଯୁବକ ନିଃଶ୍ବାସ ରୋକି ଚୁପଚାପ୍  ପଡ଼ି ରହିଥିଲା। ବାଘ ଆସି ତାକୁ ଶୁଙ୍ଘିଥିଲା,ଏପଟ ସେପଟ ବୁଲି ତାକୁ ଛାଡ଼ି ଚାଲିଯାଇଥିଲା।

{"id":216637,"width":586,"height":386,"sizeSlug":"large"}

ମହାରାଷ୍ଟ୍ରରେ ଜନବସତି ଅଞ୍ଚଳରେ ବାଘଙ୍କ ଆକ୍ରମଣ ବଢ଼ି ବଢ଼ି ଚାଲିଛି। ଗତ ସପ୍ତାହରେ ୨୪ତାରିଖରେ ଚନ୍ଦ୍ରପୁର ଜିଲ୍ଲାରେ ବାଘ ଏନ୍-୧ରେ ପଶି ଆସିଥିଲା। ବାଘ ଆକ୍ରମଣରେ ଜଣେ ୪୨ବର୍ଷ ମହିଳା ଧର୍ମା ଦାସଙ୍କ ମୃତ୍ୟୁ ହୋଇଯାଇଥିଲା। ଜଙ୍ଗଲରେ ମନୁଷ୍ୟମାନେ ଆଧିପତ୍ୟ ବିସ୍ତାର କରିବା ଯୋଗୁଁ ଜନବସତି ଆଡ଼କୁ ବାଘ ମାଡ଼ି ଆସୁଛି।

{"id":216638,"sizeSlug":"large"}

ବାଘମାନେ ସାଧାରଣତଃ ଜନବସତି ଅଞ୍ଚଳକୁ ଆସିନଥାଆନ୍ତି। କିନ୍ତୁ ମଣିଷ ଏବେ ଜଙ୍ଗଲରେ ପହଞ୍ଚିଗଲାଣି। ଜଙ୍ଗଲରେ ହେଉଥିବା କବଜା ପାଇଁ ମହାରାଷ୍ଟ୍ରର ଅବସ୍ଥା ଏବେ ସାଙ୍ଘାତିକ ହେଲାଣି। ଏଠାରେ ପାଖାପାଖି ୧.୮୩ଲକ୍ଷ ହେକ୍ଟର ଜଙ୍କଲରେ ମଣିଷ କବଜା କରି ସାରିଲାଣି। ପଡ଼ୋଶୀ ରାଜ୍ୟ ମଧ୍ୟପ୍ରଦେଶର ଅବସ୍ଥା ତ ଆହୁରି ସାଙ୍ଘାତିକ । ଏଠାରେ ପାଖାପାଖି ସାଢ଼େ ପାଞ୍ଚ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.