ଲିଭ୍-ଇନ୍ ପାର୍ଟନରକୁ ହତ୍ୟା : ମୃତଦେହକୁ ସୁଟକେଶରେ ଲୁଚାଇ ଯୁବକ ଫେରାର

Published By : Prameya-News7 Bureau | May 26, 2020 IST

ପାଟଣା ୨୬/୦୫ : ବିହାରର ଜଣେ ୨୬ ବର୍ଷୀୟ ଯୁବକ ହରିଦ୍ୱାରରେ ନିଜର ୨୩ ବର୍ଷୀୟ ଲିଭ-ଇନ୍ ପାର୍ଟନରଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି | ହତ୍ୟା କରିବା ପରେ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ନିଜ ସାଙ୍ଗ ସହ ପଳାଇବାକୁ ଚେଷ୍ଟା କରିଥିଲା ଯୁବକ | ମୃତ ଯୁବତୀଙ୍କ ଘର ମଧ୍ୟ ପ୍ରଦେଶରେ | ଉଭୟ ଯୁବକ ଯୁବତୀ ହରିଦ୍ୱାରରେ ସମାନ କମ୍ପାନୀରେ ଚାକିରୀ କରୁଥିଲେ |

ଘଟଣା ଶୁକ୍ରବାର ଦିନ ଘଟିଥିଲା | କିନ୍ତୁ ପୋଲିସ ଏ ସମ୍ପର୍କରେ ରବିବାର ରାତିରେ ଜାଣିବାକୁ ପାଇଥିଲା | ଯୁବକ ଯୁବତୀ ରହୁଥିବା ଘର ବାହାର ପଟୁ ତଳ ପଡିଥିଲା କିନ୍ତୁ ଘର ଭିତରୁ ଗନ୍ଧ ବାହାରିବା ପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ଆସି ଘଟଣାର ଯାଞ୍ଚ ଆରମ୍ଭ କରିଥିଲା |

ଗ୍ୱାଲିଅର ନିବାସୀ ଯୁବତୀ ଅଭିଯୁକ୍ତ ଯୁବକଙ୍କ ସହ ହରିଦ୍ୱାରରେ ଲିଭ-ଇନରେ ରହୁଥିଲେ | ଅଭିଯୁକ୍ତ ବିହାର ବୈଶାଳୀର ବାସିନ୍ଦା | ପ୍ରଥମେ ଉଭୟ ଗ୍ୱାଲିଅରର ଏକ କମ୍ପାନୀରେ ଚିକିରି କରୁଥିଲେ | ସେଠାରୁ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା | ଏହାପରେ ଗତବର୍ଷ ସେମାନେ ଦିଲ୍ଲୀର ଏକ ଇ-କମର୍ସ କମ୍ପାନୀରେ ଚାକିରୀ କରିଥିଲେ | ଗତବର୍ଷ ଡିସେମ୍ବର ମାସରେ କମ୍ପାନୀର ଅନ୍ୟ ୯୦ ଜଣ କର୍ମଚାରୀଙ୍କ ସହ ଏମାନେ ଉତ୍ତରଖଣ୍ଡକୁ ସ୍ଥାନାନ୍ତର ହୋଇଥିଲେ | ଯେଉଁ ଅଞ୍ଚଳରେ ଯୁବକ ଯୁବତୀ ରହୁଥିଲେ ସେହି ଅଞ୍ଚଳରେ କମ୍ପାନୀର ବାକି ସମସ୍ତ କର୍ମଚାରୀ ମଧ୍ୟ ରହୁଥିଲେ |

{"id":276538,"width":572,"height":309,"sizeSlug":"large"}

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯୁବକ ଜଣକ ସେହି ଆପାର୍ଟମେଣ୍ଟର ଆଉ ଜଣ ମହିଳାଙ୍କ ସହ ନିକଟତର ହୋଇଥିଲେ ଯାହାଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା | ଶୁକ୍ରବାର ଦିନ ଏ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ଯୁବକ ପ୍ରେମିକାଙ୍କୁ ହତ୍ୟା କରି ଦେଇଥିଲେ | ଏହାପରେ ଅଭିଯୁକ୍ତ ଯୁବକ ଯୁବତୀଙ୍କ ମୃତଦେହକୁ ଏକ ସୁଟକେଶରେ ଭର୍ତ୍ତି କରି ଘର ବାହାର ପଟୁ ତାଲା ପକାଇ ଚାଲି ଯାଇଥିଲେ |

ତଦନ୍ତ ବେଳେ ଜଣାପଡିଥିଲା ଯେ, ଆପାର୍ଟମେଣ୍ଟର ଅନ୍ୟ ମହିଳା ମଧ୍ୟ ନିଖୋଜ ଅଛନ୍ତି ଯାହାଙ୍କ ସହ ଅଭିଯୁକ୍ତର ସମ୍ପର୍କ ଥିଲା | ତେବେ ଉଭୟ ମିଶି ସେଠାରୁ ଫେରାର ହୋଇଯାଇଥିବା ସନ୍ଦେହ କରିଥିଲା ପୋଲିସ | ବର୍ତ୍ତମାନ ଉଭୟ ଫେରାର ଅଛନ୍ତି ଏବଂ ପୋଲିସ ତାଙ୍କୁ ଖୋଜୁଛି | ପୋଲିସ ଉଭୟଙ୍କୁ ଖୁବ ଶୀଘ୍ର କାବୁ କରିବ ବୋଲି କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.