Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ପରକୀୟା ପ୍ରେମର କରୁଣ ପରିଣତି ; ମହିଳା ଓ ଦୁଇ ପିଲାଙ୍କର ମୁଣ୍ଡ କାଟିଲା ପ୍ରେମିକ

27/01/2019 at 6:18 PM

ହିସାର ୨୭/୧- ହରିୟାଣାର ହିସାରରେ ଘଟିଛି ଅଭାବନୀୟ ଘଟଣା । ଜଣେ ପ୍ରେମୀ ମୁଣ୍ଡକାଟି ଜଣେ ମହିଳା ଓ ଦୁଇପିଲାଙ୍କର କରିଛି ହତ୍ୟା  ।

ଭିବାନୀ ନୟାବଜାରରେ ଘଟିଛି ଏହିଭଳି ଟ୍ରିପଲ ମର୍ଡ଼ର । ମହିଳା ଓ ଦୁଇ ପିଲାଙ୍କର ଶବକୁ ମୁଣ୍ଡ ବିହୀନ କରି ଅପରାଧି  ପ୍ଲାଷ୍ଟିକଡ଼୍ରମରେ ପୂରାଇ ଫିଙ୍ଗିଦେଇଥିଲା କେନାଲରେ । ଏହି ହତ୍ୟାକାଣ୍ଡ ପଛର କାରଣ  ପରକୀୟା ପ୍ରେମ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ ।

କଣଥିଲା ଏହି ହତ୍ୟାକାଣ୍ଡ ପଛର କାହାଣୀ ଆସନ୍ତୁ ଜାଣିଵା । ନୟାବଜାରରେ ରାଜେଶ ନାମକ ଜଣେ ଯୁବକଙ୍କର କବାଡ଼ିଆ ଦୋକାନ ଥିଲା । ଦିନେ ଏହି କବାଡ଼ିଆ ଦୋକାନରେ ଜଣେ ୩୨ ବର୍ଷ ବୟସ୍କା ମହିଳା କାମଧନ୍ଦା ଖୋଜିବାକୁ ଆସି ପହଂଚି ଥିଲା । ମହିଳା ରାଜେଶଙ୍କ ସହ ପରିଚୟ ହେବାପରେ ରାଜେଶ କାମ ଯୋଗାଡ଼ କରିଦେବାକୁ କହି ନୟା ବଜାର ଅଂଚଳରେ ଏକ ଫ୍ଲାଟରେ ରଖିଥିଲା । ରାଜେଶ ଓ ଏହି ମହିଳାଙ୍କ ଭିତରେ ପ୍ରେମ ସଂପର୍କ ତିଆରି ହୋଇଥିଲା । ମହିଳା ସ୍ଵାମୀ ପରିତ୍ୟକ୍ତା ଥିଲେ  । ତାଙ୍କର ଜଣେ ୯ ବର୍ଷ  ଓ ୩ ବର୍ଷର ଛୋଟପିଲାଟିଏ ଥିଲା । ରାଜେଶ ନିଜ ସ୍ତ୍ରୀକୁ ଛାଡ଼ିଦେଇଥିବା କଥା ସେହି  ମହିଳାଙ୍କୁ ବି କହିଥିଲା । ସେହି ଫ୍ଲାଟରେ ସେମାନେ ସ୍ଵାମୀ-ସ୍ତ୍ରୀ ଭଳି ରହୁଥିଲେ ।

କିଛିଦିନ ପରେ ରାଜେଶର ପରିବାର ଥିବା କଥା ମହିଳା ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ଅନେକସମୟରେ ହେଉଥିଲା ।

ଘଟଣାଦିନ ରାଜେଶ ସହ ମହିଳାଙ୍କ  ପାଟିତୁଣ୍ଡ ହେବାପରେ ସେ ଏପରି ପଦକ୍ଷେପ ନେଇଥିବା କଥା ପୋଲିସ ଆଗରେ ପ୍ରକାଶ କରିଛି । ରାଜେଶ ଧାରୁଆ ଅସ୍ତ୍ରରେ ୩ ଜଣଙ୍କ ମୁଣ୍ଡଗଣ୍ଡି ଅଲଗା  କରିଦେଇଥିଲା ।  ରାଜେଶ ଧରାପଡ଼ିଯିବା ଭୟରେ ୩ଜଣଙ୍କର ମୁଣ୍ଡକୁ  ଫ୍ଲାଟତଳେ ପୋତିଦେଇଥିଲା । ତା ପରେ ସେମାନଙ୍କ ମୁଣ୍ଡବିହୀନ ଶବକୁ ଗୋଟେ ପ୍ଲାଷ୍ଟିକ ଜାରରେ ପୁରାଇ କେନାଲରେ ନେଇ ଫିଙ୍ଗିଦେଇଥିଲା ।

ପୋଲିସ ଶବକୁ ଜବତ କରିଥିଲେ ସୁଦ୍ଧା ଚିହ୍ନଟ କରିପାରି ନଥିଲା । ବିଭିନ୍ନ ଖବରକାଗଜରେ ଏହି ଘଟଣା ବାହାରିବା ପରେ ରାଧାଶ୍ୟାମ ଶର୍ମା ନାମକ ଜଣେ ବ୍ୟକ୍ତି ପୋଲିସକୁ ମୃତକର ପରିଚୟ ଦେଇଥିଲେ । କବାଡ଼ିଆ ଦୋକାନୀ ରାଜେଶ ପାଖରେ  ମହିଳା ରହୁଥିବା କଥା ମଧ୍ୟ କହିଥିଲେ । ପୋଲିସ ରାଜେଶକୁ ଡ଼ାକି ଜେରା କଲାପରେ ସତକଥା ପଦାକୁ ଆସିଥିଲା ।

ରାଜେଶକୁ ଗିରଫକରି କୋର୍ଟ ଚାଲଣ କରିଛି ପୋଲିସ ।

   Related Posts