Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କଲେଜରେ ପ୍ରେମ କରି ଝିଅ ହେଲା ଗର୍ଭବତୀ ; ସହି ପାରିଲାନି ବାପା, ସମ୍ପର୍କୀୟଙ୍କ ସହ ମିଶି କଲା ହତ୍ୟା

28/11/2018 at 5:09 PM

ନୂଆଦିଲ୍ଲୀ ୨୮|୧୧:  ବିବାହ ପୂର୍ବରୁ ଗର୍ଭବତୀ ହେବା କାରଣରୁ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଦେଲେ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଭୋକରଦନ ଗାଁରେ । ଯୁବତୀଙ୍କ ବାପା ତାଙ୍କର ସଂପର୍କୀୟଙ୍କ ସାହାଯ୍ୟରେ ନିଜ ଝିଅକୁ ହତ୍ୟା କରିଛି । ଏହି ମାମଲାରେ ପୋଲିସ ମୃତ ଯୁବତୀଙ୍କ ବାପା ସମାଧାନ ଡୁକରେଙ୍କ  ସହ ତାଙ୍କର ୪ଜଣ ସଂପର୍କୀୟଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଜାଲନା ଜିଲ୍ଲାର ଭୋକରଦନରେ ରାସ୍ତା ଉପରେ ୨୦ବର୍ଷୀୟ ଯୁବତୀଙ୍କ ମୃତଦେହ କିଛି ଦିନ ପୂର୍ବରୁ ମିଳିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ପୋଲିସ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଏଭଳି ଏକ ସୂଚନା ମିଳିଥିଲା ଯାହା ପୋଲିସକୁ ଆଶ୍ଚର୍ଯ୍ୟ କରିଥିଲା ।

ସୂଚନାଯୋଗ୍ୟ ଯେ, ଯୁବତୀ ଜଣକ ପୁଣେର ଏକ କଲେଜରେ ପାଠ ପଢୁଥିଲେ । କଲେଜରେ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ବହୁତ ନିବିଡ ହୋଇଯାଇଥିଲା । ଯାହା ଫଳରେ କିଛି ଦିନ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଯେତେବେଳେ ଏ କଥା ଯୁବତୀଙ୍କ ବାପା ଜାଣିଥିଲେ ସେ ଏହାକୁ ଗ୍ରହଣ କରିପାରିନଥିଲେ । ଫଳରେ ନିଜ ଝିଅକୁ ହତ୍ୟା କରିବାର ସେ ଯୋଜନା କରିଥିଲେ । ନିଜର କିଛି ସଂପର୍କୀୟମାନଙ୍କ ସହ ମିଶି ତାଙ୍କୁ ହତ୍ୟା ମଧ୍ୟ କରିଥିଲେ ।

ଘଟଣାରେ ପୋଲିସ ଯୁବତୀଙ୍କ ବାପା ଏବଂ ତାଙ୍କର ୪ଜଣ ସଂପର୍କୀୟଙ୍କୁ ଗିରଫ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।ଜାମିନ ନମିଳିବାରୁ ସେମାନଙ୍କୁ ବିଚାର ଭିଭାଗୀୟ ହେପାଜତକୁ ପଠାଇଦିଆଯାଇଛି।

   Related Posts