ସ୍ତ୍ରୀ ପର ପୁରୁଷ ସହ କଥା ହେବା ଦେଖି ରାଗିଗଲା ସ୍ୱାମୀ : ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରି ଥାନାରେ କଲା ଆତ୍ମସମର୍ପଣ

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨/୦୫ : ରାଗ ମଣିଷର ବ୍ରହ୍ମ ଚଣ୍ଡାଳ | ବେଳେବେଳେ ରାଗିଯାଇ ମଣିଷ ଏମିତି ଭୁଲ କରିଦିଏ ଯେଉଁଥିପାଇଁ ଟପାଖରେ ପଶ୍ଚାତାପ ଛଡା ଆଉ କିଛି ବାଟ ନଥାଏ | ରାଜଧାନୀ ଦିଲ୍ଲୀରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ | ୫ ମାସର ଗର୍ଭବତୀ ସ୍ତ୍ରୀ ଘରେ ନଥିବା ଦେଖି ସ୍ୱାମୀ କ୍ରୋଧରେ ପାଗଳ ହୋଇଯାଇଥିଲା | ସ୍ୱାମୀର ଏତେ ରାଗ ଯେ ସେ ତାର ହିତାହିତ ଜ୍ଞାନ ମଧ୍ୟ ଭୁଲିଗଲା | ରାଗରେ ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା | ହତ୍ୟା କରିବା ପରେ ନିଜେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା | ମାମଲା ଦକ୍ଷିଣ ଦିଲ୍ଲୀର ଦକ୍ଷିଣପୁରୀ ଅଞ୍ଚଳର |

ହତ୍ୟାକାରୀ ସ୍ୱାମୀ ଅଟୋ ରିକ୍ସା ଚଳାଇ ପରିବାର ଚଳାଏ | ୩୩ ବର୍ଷ ବୟସ୍କ ବିଜୟ କୁମାର ରବିବାର ରାତିରେ ଆମ୍ବେଦକର ନଗର ଥାନାରେ ପହଞ୍ଚିଥିଲା ଏବଂ ନିଜେ ନିଜ ପତ୍ନୀକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା | ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରେ ବିଜୟ କୁମାର ଘରକୁ ଫେରିବା ପରେ ସେ ନିଜ ସ୍ତ୍ରୀକୁ ଘରେ ପାଇନଥିଲା | ସ୍ତ୍ରୀ ଘରେ ନଥିବା ଜାଣି ସେ ତାଙ୍କୁ ଖୋଜିବାକୁ ଗଲା | ସେ ରହୁଥିବା କିଛି ଦୂରରେ ତାଙ୍କ ଶ୍ୱଶୁର ଘର ଅର୍ଥାତ ତାଙ୍କ ପତ୍ନୀଙ୍କ ମା ଘର ଥିଲା | କାଳେ ସେ ନିଜ ଘରକୁ ଯାଇଥିବେ ଭାବି ଶ୍ୱଶୁର ଘରକୁ ଖୋଜିବାକୁ ଗଲା | କିନ୍ତୁ ତାଙ୍କ ସ୍ତ୍ରୀ ସେଠାରେ ମଧ୍ୟ ନଥିଲେ | ଫେରିବା ସମୟରେ ଏକ ଗଳିରେ ତାଙ୍କ ପତ୍ନୀ ଜଣେ ପୁରୁଷ ସହ କଥା ହେଉଥିବା ସେ ଦେଖିବାକୁ ପାଇଲା | ପରା ପୁରୁଷ ସହ କଥା ହେଉଥିବା ଦେଖି ସେ ରାଗି ଯାଇଥିଲା | ଘଟଣାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନାନା ପାଟିତୁଣ୍ଡ ହେଲା | ଏତିକିବେଳେ ବିଜୟ କୁମାର ଉତକ୍ଷିପ୍ତ ହୋଇ ପତ୍ନୀର ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲା |

ଦକ୍ଷିଣ ଦିଲ୍ଲୀ ପୋଲିସ ଅଧିକାରୀ ଅତୁଲ କୁମାର ଠାକୁର କହିଛନ୍ତି ଯେ, ଅଭିଯୁକ୍ତ ସ୍ୱାମୀ ପ୍ରଥମେ ସ୍ତ୍ରୀ ସହ ଯୁକ୍ତିତର୍କ କରିଥିଲା ଏବଂ ପରେ ଏହା ଝଗଡାରେ ପରିଣତ ହୋଇଥିଲା | ଯାହାର ଶେଷ ପରିଣତି ହୋଇଥିଲା ହତ୍ୟା | ପୋଲିସ କହିଛନ୍ତି ଯେ, ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ମହିଳାଙ୍କ ମୃତଦେହ ଘରର ବିଛଣା ଉପରେ ପଡିଥିଲା | ମହିଳାଙ୍କ ବେକରେ ତଣ୍ଟି ଚିପି ହତ୍ୟା କରିଥିବା ଚିହ୍ନ ଥିଲା | ବିଜୟ କୁମାର ନିଜେ ଆସି ଥାନାରେ ଆତ୍ମସମର୍ପଣ କରିବା ପରେ ତା ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.