୮ମହଲା ଆପାର୍ଟମେଣ୍ଟ ଉପରୁ ଡେଇଁ ପଡିଲେ ସ୍ବାମୀ , ସ୍ତ୍ରୀ ଓ ମହିଳା ମ୍ୟାନେଜର

Published By : Prameya-News7 Bureau | December 03, 2019 IST

ଗାଜିଆବାଦ ୦୩।୧୨-  ଉତ୍ତରପ୍ରଦେଶ ଗାଜିଆବାଦରେ ଅଭାବନୀୟ ଘଟଣା । ୮ମହଲା ଆପାର୍ଟମେଣ୍ଟ ଉପରୁ ଡେଇଁ ପଡିଲେ ସ୍ବାମୀ ଏବଂ ୨ ସ୍ତ୍ରୀ । ସ୍ବାମୀ ଏବଂ ଜଣେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି।। ତେବେ ଆପାର୍ଟମେଣ୍ଟରୁ ଡେଇଁବା ପୂର୍ବରୁ ୨ ପିଲାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ଫ୍ଲାଟ ଖୋଲିବା ପରେ ଘର ଭିତରେ ୨ ପିଲାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପିଲା ଦୁଇଟିର ବୟସ ୧୦ ଏବଂ ୧୩ ବର୍ଷ ହେବ। ଘରେ ଥିବା ଏକ ପୋଷା ବିଲେଇକୁ ବି ସେମାନେ ମାରି ଦେଇଛନ୍ତି। ଘଟଣା ସ୍ଥଳରୁ ୪ଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ପାରିବାରିକ କଳହ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ଏକ ସୁଇସାଇଡ୍  ନୋଟ୍  ଜବତ କରି ତଦନ୍ତ ଆରମ୍ଭ କରିଛି।  ଆତ୍ମହତ୍ୟା ପୂର୍ବରୁ କାନ୍ଥରେ ସେମାନେ ସୁଇସାଇଡ୍  ନୋଟ୍  ଲଗାଇଥିଲେ । ଆର୍ଥିକ ସମସ୍ୟା ଯୋଗୁ ସେମାନେ ଆତ୍ମହତ୍ୟା କରିଥିବା ସୁଇସାଇଡ୍  ନୋଟରେ ଉଲ୍ଲେଖ କରାଯାଇଛି।

ଗାଜିଆବାଦ ଜିଲ୍ଲାର ଇନ୍ଦିରାପୁରମ ଅନ୍ତର୍ଗତ ବୈଭବ ଅଞ୍ଚଳରେ ଥିବା କୃଷ୍ଣା ଅପରା ସୋସାଇଟିର ଫ୍ଲାଟ ନମ୍ବର ୮୦୫ରେ ଏମାନେ ରହୁଥିଲେ। ଗତ ଦେଢ଼ମାସ ତଳେ ସମସ୍ତେ ଏଠାକୁ ଆସିଥିଲେ। ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.