ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ୭ ଅଟକ

Published By : Prameya-News7 Bureau | July 14, 2019 IST

ପାଟଣା ୧୪|୭: କେନ୍ଦୁଝର ଜିଲ୍ଲା ସଦର ଥାନା ସେଣ୍ଡକାପ୍ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ବିଳମ୍ବିତ ରାତିରେ ବୃଦ୍ଧ ଦୀନବନ୍ଧୁ ମୁଣ୍ଡାଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଘଟଣାରେ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ସଦର ପୋଲିସ।

{"id":133448}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସଦର ଥାନା ସେଣ୍ଡକାପ୍ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବିଳମ୍ବିତ ରାତିରେ ଉକ୍ତ ଗ୍ରାମର ୭ ଜଣ ମିଶି ଆକ୍ରମଣ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମରେ ପ୍ରାୟ ଲୋକ ଏବଂ ଛୁଆଙ୍କୁ ଜ୍ଵର ହେଉଥିଲା । ଦୀନବନ୍ଧୁ ପୂଜାପାଠ କରୁଥିଲେ । ଏହି ପୂଜାପାଠକୁ ସନ୍ଦେହ କରି ଦୀନବନ୍ଧୁ ଗୁଣି ଗାରେଡି କରୁଥାଇ ପାରେ ବୋଲି ସନ୍ଦେହ କରି ତାଙ୍କୁ ହତ୍ୟା କରାଯାଇଥିଲେ ।ଏହି ହତ୍ୟାକାଣ୍ଡର ଅଧିକ ତଥ୍ୟ ପାଇଁ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସଦର ଏସଡିପିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.