ସାମାନ୍ୟ ବଚସାକୁ ନେଇ କୁରାଢୀରେ ହାଣି ଜଣଙ୍କୁ ହତ୍ୟା

Published By : Prameya-News7 Bureau | July 18, 2019 IST

କରଞ୍ଜିଆ ୧୮|୭: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହତ୍ୟାକାଣ୍ଡ । ସାମାନ୍ୟ ବଚସାକୁ ନେଇ କୁରାଢୀରେ ହାଣି ଜଣଙ୍କୁ ହତ୍ୟା କରାଯାଇଛି । ମହୁଲଡିହା ଥାନା ନଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ବିଳମ୍ବିତ ରାତିରେ ଘର ପଛକୁ ଡାକି ନେଇ ନାରାୟଣ ପାତ୍ର ନାମକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ହତ୍ୟା ଅଭିଯୋଗରେ ପଡୋଶୀକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଘଟଣାସ୍ଥଳରେ ମହୁଲଡିହା ଥାନା ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.