ସ୍ବାମୀକୁ ମାରିଲା ପୁରୁଣା ପ୍ରେମିକ : ୟୁଟ୍ୟୁବ୍‌ରୁ ଶିଖିଥିଲା ନିଶା ଦେବାର ପ୍ରଶିକ୍ଷଣ ; ଅଭିଯୁକ୍ତ ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

Published By : Prameya-News7 Bureau | May 31, 2019 IST

ରାୟଗଡା ୩୧|୫: ପୁରୁଣା ପ୍ରେମିକ ହିଁ ଥିଲା ହତ୍ୟାକାରୀ । ସହଯୋଗୀଙ୍କ ସହ ମିଶି ଘରୁ ଡାକିନେଇ କରିଥିଲା ହତ୍ୟା । ପ୍ରେମିକାର ସ୍ବାମୀଙ୍କୁ ଘରୁ ଡାକିନେଇ ମୁଣ୍ଡକୁ ଇଟାରେ ପିଟି ପିଟି ନିର୍ମମ ଭାବେ କରିଥିଲା ହତ୍ୟା । ରାମଚନ୍ଦ୍ରଙ୍କ ବାଇକ ମଧ୍ୟ ନେଇ ବ୍ରିଜ ତଳେ ଫୋପାଡି ଦେଇଥିଲେ ।

{"id":117915}

ରାୟଗଡା ଜିଲ୍ଲା କୁଟ୍ରାଗଡ଼ ଗାଁ ବଂଶଧାରା ନଦୀ ବ୍ରିଜ ତଳୁ ମୃତଦେଦ ଉଦ୍ଧାର ଘଟଣାରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ସ୍ତ୍ରୀ ସୁନିତା, ପ୍ରେମୀକ ରମେଶ ଓ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । 

{"id":117917}

ଏପରିକି ହତ୍ୟାକାଣ୍ଡକୁ ପୁରା ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣାର ରୂପ ଦେବାକୁ ଅଭିଯୁକ୍ତ ଷଡଯନ୍ତ୍ର ରଚିଥିଲା ବୋଲି ପୋଲିସ କହିଛି । ୟୁଟ୍ୟୁବ୍ ମାଧ୍ୟମରେ କିପରି ନିଶା ଦିଆଯିବ ତାହାର ପ୍ରଶିକ୍ଷଣ ନେଇଥିଲା ଅଭିଯୁକ୍ତ । ଗତ ୨୦ ତାରିଖରେ ବଂଶଧାରା ନଦୀର ବ୍ରିଜ ତଳୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସେତେବେଳେ ରାମଚନ୍ଦ୍ରଙ୍କ ସ୍ତ୍ରୀ ସୁନିତା ନିଜ ବାପ ଘର ଗୁଣୁପୁରରେ ଥିଲେ । ରାମଚନ୍ଦ୍ରଙ୍କ ବାପା ଓ ଭାଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।

{"id":117918}

ପ୍ରାୟ ୧୬ବର୍ଷ ତଳେ ରାମଚନ୍ଦ୍ର ମହାନନ୍ଦିଆ ବିବାହ କରିଥିଲେ ଗୁଣୁପୁରର ସୁନିତା ମହାନନ୍ଦିଆଙ୍କୁ । ହେଲେ ସୁନିତାଙ୍କ ପୁରୁଣା ପ୍ରେମିକ ଗୁଣୁପୁର ଆମ୍ବେଦକର ନଗରର ରମେଶ ପାତିକା ରାମଚନ୍ଦ୍ର ଉପରେ ରାଗ ରଖିଥିଲା । ଏନେଇ ମୁନିଗୁଡା ଏସଡିପିଓ ଚନ୍ଦ୍ରଶେଖର ହୋତା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.