Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ପ୍ରେମିକ ସହ ଅସଂଯତ ଅବସ୍ଥାରେ ଥିଲା ବୋହୂ, ଧରା ପଡିଯିବାରୁ ଶ୍ୱଶୂରକୁ କରିଦେଲା ହତ୍ୟା

21/10/2020 at 9:04 PM

ଲକ୍ଷ୍ନୌ, ୨୧ ।୧୦:     ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଏଠାରେ ଜଣେ ନବ ବିବାହିତା ନିଜ ଶ୍ୱଶୂରଙ୍କୁ ହତ୍ୟା କରିଛନ୍ତି । ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରା ପଡିବା ପରେ ବିବାହିତା ମହିଳା ନିଜ ଶ୍ୱଶୂରଙ୍କୁ ହତ୍ୟା କରିବାକୁ ପଛାଇନଥିଲେ ।

ସୂଚନାନୁସାରେ, ଗତ ଅକ୍ଟୋବର ୯ ତାରିଖରେ ଖେକଡା ଥାନା ଅଞ୍ଚଳରେ ଜଣେ ଦଳିତ ବୃଦ୍ଧଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଥିଲା । ପୋଲିସ ଏହାର ତଦନ୍ତ କରି ଯାହା ଜାଣିବାକୁ ପାଇଥିଲା ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ଶୁଖବୀରନାମକ ଜଣେ ବୃଦ୍ଧଙ୍କୁ ପଥମେ କେହି ଅଜଣା ବ୍ୟକ୍ତି ହତ୍ୟା କରିଥିବା ପୋଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ଧିରେ ଧିରେ ସମସ୍ତ ରହସ୍ୟ ଉପରୁ ପରଦା ହଟିଥିଲା । ହତ୍ୟାର ମୁଖ୍ୟ ଖଳନାୟିକା ଥିଲେ ବୃଦ୍ଧଙ୍କ ସାନ ବୋହୂ ଜ୍ୟୋତି । ସେ ତାଙ୍କ ପ୍ରେମିକ ରାଜୀବ ସହ ମିଶି ଏପରି ଜଘନ୍ୟ କାଣ୍ଡ ଭିଆଇଥିଲେ ।

ପୋଲିସର କହିଛି ଯେ, ଶୁଖବୀର ତାଙ୍କ ସାନ ବୋହୂଙ୍କୁ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ । ଏହାକୁ ସେ ବିରୋଧ ମଧ୍ୟ କରିଥିଲେ । ଧରା ପଡିଯିବା ଭୟରେ ଜ୍ୟୋତି ଓ ରାଜୀବ ଉଭୟ ମିଶି ଶୁଖବୀରଙ୍କୁ ହତ୍ୟା କରିଥିଲେ । ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ଅଭିଯୁକ୍ତ ରାଜୀବ କହିଛନ୍ତି ଯେ, ଜ୍ୟୋତି ତାଙ୍କୁ ବାରମ୍ବାର ଘରକୁ ଡାକନ୍ତି । ସେମାନଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା । ସେମାନେ ଉଭୟ ମିଶି ଧରା ପଡିଯିବା ଭୟରେ ଶୁଖବୀରଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ପୋଲିସ ଉଭୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

   Related Posts