Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହତ୍ୟା ପରେ ଦୁଷ୍କର୍ମ କରିଥିଲା ଆଜୀବନ କାରାଦଣ୍ଡ ଭୋଗିଥିବା ଚୋର : ମୃତ ଶରୀରକୁ ଫ୍ରିଜରେ ରଖିବାକୁ କରିଥିଲା ଉଦ୍ୟମ

14/07/2020 at 3:03 PM

ଯମୁନା ନଗର ୧୪/୭:  ଆଜୀବନ ଦଣ୍ଡ ଭୋଗୁଥିବା ଜଣେ ଅପରାଧି ଜାମିନରେ ବାହାରକୁ ଆସି କିଛି ବର୍ଷ ପରେ ଚୋରି କରିବା ପାଇଁ ଜଣଙ୍କ ଘରେ ପଶିଥିଲା। ସେଠାରେ ସେ ଜଣେ ୫୭ବର୍ଷ ମହିଳାଙ୍କୁ ହତ୍ୟା କରି ତାଙ୍କ ସହ ଦୁଷ୍କର୍ମ କରି ତାଙ୍କ ଯୌନାଙ୍ଗରେ ତେଲ ଶିଶି ପୂରାଇ ଦେଇଥିଲା। କେବଳ ଏତିକି ନୁହେଁ,ସେ ମୃତଦେହକୁ ଫ୍ରିଜରେ ମଧ୍ୟ ରଖିବାକୁ ଚାହୁଁଥିଲା। ଏହି ଅଭାବନୀୟ ଘଟଣାଟି ଘଟିଛି ହରିୟାଣାର ଯମୁନା ନଗର ଜିଲ୍ଲାରେ।

 ଯମୁନା ନଗରରେ ଜଣେ ବୃଦ୍ଧ ମହିଳାଙ୍କ ସହ ହୋଇଥିବା ଅମାନୁଷିକତାର ଏପରି ଘଟଣା ସାମନାକୁ ଆସିଛି ଯାହା ଶୁଣିବା ପରେ ସମସ୍ତଙ୍କ ଲୋମ ଟାଙ୍କୁରି ଯିବ। ହତ୍ୟା ମାମଲାରେ ପୂର୍ବରୁ ଆଜୀବନ ଦଣ୍ଡ ଭୋଗୁଥିବା ଜଣେ ସୈତାନ ଜାମିନରେ ମୁକୁଳିବା ପରେ ଘରେ ଏକୁଟିଆ ରହୁଥିବା ୫୭ବର୍ଷୀୟର ମହିଳା ରେଲଓ୍ବେ କର୍ମଚାରୀଙ୍କୁ ପ୍ରଥମେ ହତ୍ୟା କରିଥିଲା ଏହା ପରେ ତାଙ୍କ ମୃତ ଶରୀର ସହ ଅମାନୁଷିକତା କରିଥିଲେ।

କେବଳ ଏତିକି ନୁହେଁ ମଣିଷରୂପୀ ଏହି ସୈତାନ ମହିଳାଙ୍କ ଶବକୁ ଫ୍ରିଜରେ ରଖିବାର ମଧ୍ୟ ଉଦ୍ୟମ କରିଥିଲା। ପୋଲିସ୍ ହତ୍ୟା ଏବଂ ଦୁଷ୍କର୍ମ ଭଳି ସଙ୍ଗୀନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ମୁକେଶ ଓରଫ ମଣ୍ଟି ନାମକ ଯୁବକ ଜୁନ୍ ୨୩ତାରିଖ ରାତିରେ ଜଗାଧରୀ ଓ୍ବାର୍କଶପର ରେଲଓ୍ବେ କଲୋନୀରେ ୫୭ବର୍ଷ ବୟସ୍କା ମହିଳା ରେଲଓ୍ବେକର୍ମୀଙ୍କ ଘରର ପଛ କବାଟ ରାସ୍ତାରେ ଚୋରି ଉଦ୍ଦେଶ୍ୟରେ ପଶିଥିଲା।

ମହିଳା ସେହି ସମୟରେ ଜଗିଥିଲେ ଏବଂ ତା ମୁଣ୍ଡକୁ ଟବରେ ଆକ୍ରମଣ କରି ପକାଇ ଦେଇଥିଲା। ଏହା ପରେ ମଣ୍ଟି ମହିଳାଙ୍କୁ ଟାଣି ରୁମକୁ ନେଇ ଯାଇଥିଲା ଏବଂ ଏକ ବାଲଟି​‌ରେ ମହିଳାଙ୍କ ମୁଣ୍ଡକୁ ପ୍ରହାର କରିଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ଏହି ସମୟରେ ଅପରାଧିର ମୁଣ୍ଡ ଖରାପ ହୋଇଯାଇଥିଲା ଏବଂ ସେ ମହିଳାଙ୍କ ମୃତ ଶରୀର ସହ ଦୁଷ୍କର୍ମ କରିଥିଲା।

ମଣ୍ଟି ପଚରାଉଚୁରାରେ ବି ମାନିଥିଲା ଯେ ସେ ଶବକୁ ଫ୍ରିଜରେ ରଖିବାକୁ ଉଦ୍ୟମ କରିଥିଲା।

 ମଣ୍ଟି ୨୦୧୧ମସିହାରେ ମଧ୍ୟ ନିଜର ଜଣେ ସହଯୋଗୀର ସହାୟତାରେ ନିଜ ବନ୍ଧୁକୁ ଅତ୍ୟନ୍ତ ନୃଶଂସଭାବେ ହତ୍ୟା କରିଥିଲା। ମୃତକ ନିଜ ରକ୍ତରେ କାନ୍ଥରେ ଲେଖି ଯାଇଥିଲା ଯେ ତାଙ୍କ ହତ୍ୟାକାରୀ ମଣ୍ଟି ଯାହା ପରେ ପୋଲିସ୍ ତାକୁ ଗିରଫ କରିଥିଲା।

୨୦୧୩ମସିହାରେ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ୨୦୧୭ମସିହାରେ ହାଇକୋର୍ଟରୁ ମଣ୍ଟିକୁ ଜାମିନ ମିଳିଥିଲା।

ପୋଲିସର କହିବା ଅନୁସାରେ ମଣ୍ଟି ମୃତ ମହିଳାଙ୍କ ଘରୁ ୩୦୦ଟଙ୍କା ମଧ୍ୟ ଚୋରି କରି ନେଇ ଯାଇଥିଲା। ବର୍ତ୍ତମାନ ପୋଲିସ୍ ମଣ୍ଟିକୁ କୋର୍ଟରେ ହାଜର କରି ପଚରାଉଚୁରା ପାଇଁ ୨ଦିନିଆ ରିମାଣ୍ଡରେ ନେଇଛି।

   Related Posts