କଲଭର୍ଟ ନିକଟରୁ ମିଳିଲା ମୃତଦେହ, ଠେଙ୍ଗାରେ ପିଟିପିଟି ହତ୍ୟା ସନ୍ଦେହ

Published By : Prameya-News7 Bureau | June 21, 2021 IST

ଭଞ୍ଜନଗର ୨୧।୬: ଠେଙ୍ଗାରେ ପିଟି ପିଟି ଜଣଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଇତା ଗାଁରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":468963,"width":839,"height":471,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଇତା ଗାଁରେ ଜଣଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ହେଲେ ସେହି ଗାଁର କାଳିଆ ଗୌଡ । ଗାଁ ପାଖ ରାସ୍ତା କଡ କଲଭର୍ଟ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଭଞ୍ଜନଗର ପୋଲିସର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

{"id":468964,"width":838,"height":461,"sizeSlug":"large","linkDestination":"none"}

ତେବେ ତାଙ୍କ ଦେହରେ କ୍ଷତ ଚିହ୍ନ ଥିବାରି ତାଙ୍କୁ ଠେଙ୍ଗାରେ ପିଟିପିଟି କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ପରେ ମୃତ୍ୟୁ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.