Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବିଲରେ ଥିବା କୁଡିଆରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ

2/07/2020 at 2:55 PM

ନୟାଗଡ ୨।୭: ନୟାଗଡ ଟାଉନ୍ ଥାନା ଡିଆଁପଡାରେ ଶିଳରେ ଛେଚି ହତ୍ୟା । ମୃତକ ହେଲେ ପ୍ରହଲାଦ ଜେନା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଡିଆଁପଡା ଗଁ।ର ପ୍ରହଲାଦ ଗଁ। ନିକଟ ନିଜ ବିଲରେ ଗୋଟିଏ କୁଡିଆ କରି ଦୀର୍ଘଦିନ ହେଲା ରହୁଥିଲେ । ସେଠାରେ ସେ ପନିପରିବା ଚାଷ କରିବା ସହ ଅନ୍ୟର ବିଲ ଭାଗରେ ଆଣି ଚାଷ କରୁଥିଲେ । ସ୍ତ୍ରୀ ଚାଲିଯିବା ପରେ ବଡପୁଅ ବିବାହ କରି ଶ୍ବଶୁର ଘରେ ବାଲିଗୁଡାରେ ରହୁଥିଲେ । ସାନପୁଅ ଗଁ। ଘରେ ରହୁଥିଲେ ମଧ୍ୟ ବାପାଙ୍କୁ ଚାଷରେ ସହଯୋଗ କରୁଥିଲେ । ପ୍ରହଲାଦ ସେଠାରେ ଦେଶୀ ମଦ ବେପାର କରୁଥିବା ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ଆଖପାଖର କିଛି ଲୋକଙ୍କୁ ପ୍ରହଲାଦ ଟଙ୍କା ଧାରରେ ଦେଉଥିବା ପରିବାର ଲୋକ କହିଛନ୍ତି ।

ଗତକାଲି ଅପରାହ୍ନରେ ପ୍ରହଲାଦ ସାନପୁଅକୁ ବାଇଗଣ ଫସଲରେ ମେଡିସିନ୍ ପକାଇବାକୁ ସକାଳୁ ଶୀଘ୍ର ଆସିବାକୁ କହିଥିଲେ । ସାନପୁଅ ଜଗନି ଆଜି ସକାଳୁ କୁଡିଆ ଭିତରେ ପ୍ରହଲାଦଙ୍କ ମୃତଦେହ ପଡିଥିବା ଦେଖିଥିଲେ । ପ୍ରହଲାଦଙ୍କ ମୁହଁକୁ କେହି ଶିଳରେ ଛେଚି ଦେଇଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡୁଛି । ନିକଟସ୍ଥ ପଣ୍ଡୁସର ଗଁ।ର ଜଣେ ବ୍ୟକ୍ତି କିଛିଦିନ ତଳେ ପ୍ରହଲାଦଙ୍କଠାରୁ ୧୦ ହଜାର ଟଙ୍କା ଧାର ନେଇ ୨ ହଜାର ଟଙ୍କା ଫେରାଇଥିଲେ ।

ବାକି ଟଙ୍କା ମାଗିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ପ୍ରହଲାଦଙ୍କୁ ଗାଳିଗୁଲଜ କରିଥିଲା ବୋଲି ଜଗନି କହିଛନ୍ତି । ସେହି ବ୍ୟକ୍ତି ବାପାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସେ କହିଛନ୍ତି । ସେପଟେ ଭାଇଙ୍କୁ ୩ରୁ ୪ ଜଣରୁ ଅଧିକା ବ୍ୟକ୍ତି ହତ୍ୟା କରିଥିବା ପ୍ରହଲାଦଙ୍କ ଭାଇ କହିଛନ୍ତି । ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଏବଂ କେତେଜଣ ହତ୍ୟା କରିଛନ୍ତି ସେ ସମ୍ପର୍କରେ ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।  

   Related Posts