ରାତ୍ର ଆଶ୍ରୟସ୍ଥଳୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଗତ ୭ ତାରିଖରୁ କାମ ସନ୍ଧାନରେ ଆସିଥିଲେ

Published By : Prameya-News7 Bureau | July 10, 2021 IST

କେନ୍ଦ୍ରାପଡା ୧୦।୭: ରାତ୍ର ଆଶ୍ରୟସ୍ଥଳୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ମ୍ୟୁନିସିପାଲି ଦ୍ବାରା ପରିଚାଳିତ ରାତ୍ର ଆଶ୍ରୟସ୍ଥଳୀରୁ ଉଦ୍ଧାର ହୋଇଛି ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ପାନ୍ତୁରି ଗ୍ରାମର ସୂର୍ଯ୍ୟକାନ୍ତ ରାଉତ କାମ ସନ୍ଧାନରେ ଆସିଥିଲେ । ସେ ଟାଉନ ଥାନା ଅନ୍ତର୍ଗତ ଜୟପୁରା ସ୍ଥିତ ରାତ୍ର ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ । ଶନିବାକ ସକାଳୁ ତାଙ୍କ ମୃତଦେହ ଶୋଇବା ସ୍ଥାନରୁ ଉଦ୍ଧାର ହୋଇଛି । ଖବର ପାଇ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ମୃତ ସୂର୍ଯ୍ୟକାନ୍ତ ଙ୍କ ପରିବାର ଲୋକ କିମ୍ବା ଆଶ୍ରୟସ୍ଥଳୀ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.