Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ହୋମ୍ କ୍ବାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ, ଦୀର୍ଘ ୫ ଘଣ୍ଟା ଧରି ପଡିରହିଛି ମୃତଦେହ

28/05/2020 at 2:09 PM

ବେତନଟୀ ୨୮।୫: ସଂଗରୋଧ କେନ୍ଦ୍ରରୁ ଆସି ନିଜ ଘରେ ସଂଗରୋଧରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି । ମୃତକ ହେଲେ ବେତନଟୀ ଥାନା ତାରାଶୋଳ ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି ।

ପରେଶ ଗୁଜୁରାଟର ଉଚ୍ଚିମଣ୍ଡଳରେ କାମ କରୁଥିଲେ । ଗତ ୧୭ ତାରିଖରେ ବେତନଟୀ ପହଞ୍ଚି ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ରହୁଥିଲେ । ୭ ଦିନ ପରେ ଗତ ୨୪ ତାରିଖରେ ନିଜ ଗ୍ରାମ ତାରାଶୋଳରେ ଘରେ ସଂଗରୋଧରେ ରହିଥିଲେ । ନିଜ ଘର ସାମ୍ନାରେ ଏକ ଖଟରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ପରେଶର ମୃତ୍ୟୁ ଖବର ପ୍ରଚାର ହେବାକ୍ଷଣି ଉକ୍ତ ଗ୍ରାମବାସୀମାନେ ଭୟଭୀତ ହୋଇ ପଡିଛନ୍ତି । ଗ୍ରାମ ରାସ୍ତା ଜନଶୂନ୍ୟ ହୋଇ ପଡିଛି । ପ୍ରବଳ ବର୍ଷାରେ ପରେଶଙ୍କର ମୃତ ଶରୀର ଖଟ ଉପରେ ପଡିରହିଛି । ଦୀର୍ଘ ୫ ଘଣ୍ଟା ଧରି ପରେଶର ମୃତ ଶରୀର ପଡିରହିଥିଲେ ମଧ୍ୟ କୌଣସି ପ୍ରସାଶନିକ ଅଧିକାରୀ ପହଞ୍ଚି ନାହାନ୍ତି ।

   Related Posts