ଏମିତି ବି ଆସେ ମୃତ୍ୟୁ ! ଭଜନ ଗାଉଥିବା ବେଳେ ଚାଲିଗଲା ଜୀବନ....

Published By : Prameya-News7 Bureau | January 16, 2021 IST

ନିଶ୍ଚିନ୍ତକୋଇଲି,୧୬/୦୧: କଟକ ଜିଲ୍ଲା ଅସୁରେଶ୍ୱର ଠାରେ ଶୁକ୍ରବାର ମାଆ ଶାରଳାଙ୍କ ଭଜନା ଗାଉ ଗାଉ ମଞ୍ଚ ଉପରେ ଜଣେ କଣ୍ଠଶିଳ୍ପୀଙ୍କର ଅକାଳ ବିୟୋଗ ଘଟିଛି । ଏହି  ଘଟଣାଟି ସାଧାରଣରେ ଶୋକର ଲହରୀ ଖେଳାଇ ଦେଇଛି ।

ସୂଚନା ଅନୁସାରେ, ଅସୁରେଶ୍ୱରର ଜନୈକ ବ୍ୟକ୍ତିଙ୍କ ଗୃହରେ ମାଆ ଶାରଳାଙ୍କ ମେଳା ଉତ୍ସବ ପାଳନ କରାଯାଉଥିଲା । ଏହି ଅବସରରେ ଏକ ଭଜନ ସନ୍ଧ୍ୟାର ଆୟୋଜନ ହୋଇଥିଲା । ଏହି ସମୟରେ କଂଟୋଳ ପଂଚାୟତ ଲୋକନାଥପୁର ଗ୍ରାମର ମହେନ୍ଦ୍ର କୁମାର ଦାସ(୫୫) ଶାରଳାଙ୍କ ଭଜନ ଗାନ କରୁଥିଲେ । ହଠାତ ଭଜନ ଗାଉ ଗାଉ ମହେନ୍ଦ୍ର ଟଳି ପଡିଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହକୁ ଗ୍ରାମ୍ୟ ଶ୍ମଶାନରେ ଦାହ କରାଯାଇଥିଲା । ତାଙ୍କ ପୁତ୍ର ବିଜୟ କୁମାର ଦାସ ମୁଖାଗ୍ନି ଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.