Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ମାଛ ବିକ୍ରି କରୁଥିବା ବେଳେ ଲାଗିଲା ବିଦ୍ୟୁତ୍‌ ଆଘାତ, ଚାଲିଗଲା ଦୋକାନୀଙ୍କ ଜୀବନ

6/11/2021 at 10:38 PM

କଣ୍ଟାବାଞ୍ଜି, ୦୬/୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଏକ ଅଭାବନୀୟ ଘଟଣା ଘଟିଛି । ଆମ୍ବେଦକର ଛକଠାରେ ଥିବା ଜଣେ ମାଛ ଦୋକାନୀର ପୁଅ ମୁକେଶ ଯୁଗ୍ନିଆ ସବୁଦିନ ପରି ଆଜି ମଧ୍ୟ ମାଛ ଦୋକାନ ଖୋଲିଥିଲେ । ହେଲେ ଦୋକାନ ପାଖରେ ରହିଥିବା ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା ।

ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଣ୍ଟାବାଞ୍ଜି ଡ଼ାକ୍ତର ଖାନାକୁ ତାଙ୍କୁ ପଠାଇ ଦେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୋଲସ୍‌ ଏନେଇ ତଦନ୍ତ କରୁଛି । ବଡ଼ପୁଅର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ଏକ ପ୍ରକାର ବେସାହାରା ହୋଇଯାଇଛି ।

   Related Posts