ଅସାବଧାନତା କାରଣରୁ କୂଅରେ ଖସି ପଡିଲେ ଯୁବକ, ଚାଲିଗଲା ଜୀବନ

Published By : Prameya-News7 Bureau | October 25, 2021 IST

ଆନନ୍ଦପୁର, ୨୫/୧୦: ରାମଚନ୍ଦ୍ରପୁର ଥାନା ସାପୁଆ ସାହିର ଏକ କୂଅରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ସ୍ଥାନୀୟ ଅଳତୀ ପଞ୍ଚାୟତ ପଦନପୁରର ମହେନ୍ଦ୍ର ଖଟୁଆ ।ମହେନ୍ଦ୍ର କୈଣସି କାମରେ ଆଜି ସନ୍ଧ୍ଯାରେ ସାପୁଆସାହି ଯାଇଥିବା ସମୟରେ ଅସାବଧାନତା ଯୋଗୁଁ କୂଅରେ ଖସିପଡିଥିଲେ ।ସ୍ଥାନିୟ ଲୋକେ ଉଦ୍ଧାର ପାଇଁ ଘସିପୁରା ଅଗ୍ନିଶ୍ରମ ବିଭାଗକୁ ଖବରଦେବାରୁ କର୍ମଚାରୀମାନେ ପହଁଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.