ବାରହା ଫାଶରେ ମଣିଷ ମୃତ, ଶିକାର ପାଇଁ ଲଗାଇଥିବା ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | May 06, 2021 IST

ଢେଙ୍କାନାଳ ୬।୫: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାଟ କାଟେଣୀ  ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଭାଟ କାଟେଣୀ ଗ୍ରାମ ବିଲରେ ବାରହା ଶିକାର ପାଇଁ ଶିକାରୀମାନେ ବିଛାଇଥିବା ବିଦ୍ୟୁତ ଫାଶରେ ଜଣେ ବୃଦ୍ଧ ଲାଗିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ଜଣଙ୍କ ଭାଟ କାଟେଣୀ ଗ୍ରାମର ପ୍ରଣଦ ବେହେରା ବୋଲି ଜଣାପଡିଛି । ସେ ବିଲକୁ ଘାସ କାଟିବାକୁ ଯାଇଥିଲେ । ମାତ୍ର ବିଲରେ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ତାଙ୍କ ହାତ ବାଜିବାରୁ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଭାଟ କାଟେଣୀ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.