ରାସ୍ତା କଡରେ ଠିଆ ହୋଇଥିବା ବେଳେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | February 12, 2020 IST

ଭଞ୍ଜନଗର ୧୨।୨: ରାସ୍ତା କଡରେ ଠିଆ ହୋଇଥିବା ବେଳେ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପଠାଣି ଗୌଡ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରାଠାରେ ପଠାଣି ଗୌଡ ରାସ୍ତା କଡରେ ଠିଆ ହୋଇଥିଲେ । ସେହି ସମୟରେ ଟ୍ରକଟି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ପଠାଣି ଗୌଡଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଟ୍ରକଟିକୁ ଜିଲୁଣ୍ଡିଠାରେ ପୋଲିସ ଧରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.