ଯୁବକଙ୍କୁ ପିଟିପିଟି ମାରିଦେଲେ ! ଥାନାଠୁ ୨୦୦ ମିଟର ଦୂରରେ ପଡିଛି ମୃତଦେହ
1/03/2021 at 9:11 AM

ଖଲ୍ଲିକୋଟ,୦୧/୦୩: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମା କେଉଟ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ହୁମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ ।
ସୂଚନା ମୁତାବକ, ଦଣ୍ଡପାଣି ରବିବାର ରାତିରେ ଘରେ ଶୌଚ ହେବାକୁ କହି ବାହାରକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ବି ସେ ଫେରିନଥିଲେ । ତେବେ ସୋମବାର ସକାଳୁ କେଉଟ ସାହି ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଖବର ପାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଘଟଣାସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ହୁମା ଫାଣ୍ଡିରୁ ମାତ୍ର ୨୦୦ମିଟର ଦୂରରେ ଘଟିଛି ।
Related Posts
ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା
17 April 2021