କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ, ଅପେକ୍ଷା ସ୍ୱାବ୍‌ ରିପୋର୍ଟକୁ

Published By : Prameya-News7 Bureau | May 09, 2020 IST

ପୋଲସରା ୦୯।୦୫: ସଙ୍ଗରୋଧ ଗୃହରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ । ପୋଲସରା ବ୍ଲକ୍‌ ଢୁଙ୍କାପଡ଼ା ଗ୍ରାମ ପଞ୍ଚାୟତର ଢୁଙ୍କାପଡ଼ା ନୋଡାଲ୍‌ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଜଣେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଶୁକ୍ରବାର ଅପରାହ୍ଣ ୨ଟାରେ ମୃତ୍ୟୁ ଘଟିଛି । ଖାଇ ବସିଥିବାବେଳେ ତାଙ୍କ ଜୀବନ ଚାଲିଯାଇଛି । ମୃତକ ହେଲେ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା (୩୯) ।

ସୂଚନା ମୁତାବିକ, ସଙ୍ଗରୋଧ ଗୃହରେ ମୋଟ ୬୯ ଜଣ ସୁରଟ ଫେରନ୍ତା ବୁଧବାର ଆସି ରହିଥିଲେ । ଶୁକ୍ରବାର ଅପରାହ୍ଣ ୨ଟାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ସ୍ତ୍ରୀ କହିବା ଅନୁସାରେ ଘଟଣାର କିଛି ସମୟ ପୂର୍ବରୁ ସେ ମୋ ସହ ଫୋନ୍‌ରେ କଥା ହୋଇଥିଲେ । ମାତ୍ର କ’ଣ ହେଲା କେଜାଣି, କିଛି ସମୟ ପରେ ମୁଁ ଖବର ପାଇଲି ଯେ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ତାଙ୍କୁ ଜ୍ୱର ହେଉଥିଲା । ପ୍ରଶାସନିକ ଅଧିକାରୀମାନେ ତାଙ୍କ ଚିକିତ୍ସା ମଧ୍ୟ କରାଇଥିଲେ । ଅପରପକ୍ଷରେ ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ନେଇ କରୋନାଜନିତ ବୋଲି ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ମୃତକଙ୍କ ନମୁନା ସଂଗ୍ରହ କରିବା ପରେ ଶବକୁ ବ୍ରହ୍ମପୁର ପଠାଯାଇଥିବା କହିଛନ୍ତି ସରପଞ୍ଚ ପ୍ରତିନିଧି ବସନ୍ତ ଜେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.