ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ

Published By : Prameya-News7 Bureau | December 04, 2020 IST

ଜଗତପୁର ୪।୧୨: ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ । ଚୌଦ୍ବାର ଥାନା ଯାଜଭୈରବ ନୂଆଗାଁ ଭାରଣ୍ଡିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ଛାନଭିନ୍‌ ଚଳାଇଛି ।

{"id":372227,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଚୌଦ୍ବାର ଥାନା ଯାଜଭୈରବ ନୂଆଗାଁ ଭାରଣ୍ଡିରେ ହାତୀ ପଲ ଆତଙ୍କ ଖେଳାଇଛନ୍ତି । ଶୁକ୍ରବାର ଭୋର ସମୟରେ ୧୨ଟିକିଆ ହାତୀ ପଲ ଧାନ ଖାଉଥିବା ବେଳେ ଜଣେ ଧାନ କଟାଳିଙ୍କୁ ଦଳିଦେଇଛନ୍ତି  । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବୁଢାଳିଙ୍ଗ ଗାଁର ରତ୍ନାକର ବେହେରା  । ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ଛାନଭିନ୍‌ ଚଳାଇଛି ।

{"id":372228,"sizeSlug":"large"}

କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀ ପଲ ପସି ଉପଦ୍ରବ କରୁଛନ୍ତି । ଧାନ ବିଲରେ ପସି ଫସଲ ଖାଇବା ସହ ଧଳି ଚକଟି ନଷ୍ଟ କରିଦେଉଥିବା ଦେଖିବାକୁ ମିଳିଛି । ତେବେ ଶୁକ୍ରବାର ଏହି ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି । ଫଳରେ ବନ ବିଭାଗ ହାତୀ ଘଉଡାଇବା ଉଦ୍ୟମ କରିବା ପାଇଂ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.