ବିଦ୍ୟୁତ ଖୁଣ୍ଟରୁ ଖସି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ

Published By : Prameya-News7 Bureau | November 14, 2020 IST

କଳାହାଣ୍ଡି ୧୪।୧୧: ବିଦ୍ୟୁତ ଖୁଣ୍ଟରୁ ଖସିପଡି ଗୁରୁତର ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଲକୁରଭଟ୍ଟା ଗାଁରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ଗୋବିନ୍ଦ ଭାଟି । ବିଦ୍ୟୁତ ଖୁଣ୍ଟରେ ଚଢି ଘରର ବିଦ୍ୟୁତ ସଂଯୋଗ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.