ମହଙ୍ଗା ପଡିଲା ୨ପିଲାର ମାଆ ସହ ପ୍ରେମ, ପ୍ରେମିକା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | July 27, 2021 IST

ଢେଙ୍କନାଳ, ୨୭/୦୭: ଢେଙ୍କନାଳ ଜିଲ୍ଲା ତରଭାରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇଟି ପିଲାର ମାଆ ହୋଇଥିବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଜଣେ ଯୁବକଙ୍କ ଜୀବନ ନେଇଛି । ସ୍ୱାମୀ ଓ ପିଲାଛୁଆଙ୍କୁ ଛାଡି ବାପ ଘରକୁ ପଳାଇଯାଇଥିବା ଏହି ମହିଳା ପ୍ରେମ ଜାଲରେ ପଡ଼ି ଏକାଠି ରହୁଥିଲେ ଏହି ୨୧ବର୍ଷୀୟ ଯୁବକ । ଆଉ ଆଜି ଅପରାହ୍ନରେ ଏହି ମହିଳାଙ୍କ ଘରୁ ପ୍ରେମିକର ମୃତଦେହ ଠାବ ହେବା ଘଟଣାକୁ ନେଇ ବେଶ ଚର୍ଚ୍ଚା ହେଉଛି । ତେବେ ମୃତ ଯୁବକର ପରିବାର ପକ୍ଷରୁ ତାଙ୍କ ପୁଅକୁ ମାରି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଫଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏପରି ଚର୍ଚ୍ଚିତ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ । ମୃତ ଯୁବକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଜଂଖିରା ଗ୍ରାମର ବଳିଆ ନାୟକ ବୋଲି ଜଣାପଡିଛି । ଗ୍ରାମର ଏହି ବିବାହିତା ମହିଳାଙ୍କ ସହ ବଳିଆଙ୍କର ପ୍ରେମ ସମ୍ପର୍କ ରହିଥିଲା ଓ ଏପରିକି ମହିଳାଙ୍କର ଦୁଇଟି ସନ୍ତାନ ରହିଥିବା ବେଳେ ସ୍ୱାମୀ ଓ ସନ୍ତାନ ମାନଙ୍କୁ ଛାଡି ଗତ କିଛିଦିନ ହେଲା ପ୍ରେମିକ ବଳିଆଙ୍କୁ ନେଇ ବାପଘର ତରଭା ଗ୍ରାମରେ ରହୁଥିଲେ ।

ମାତ୍ର ଆଜି ଅପରାହ୍ନରେ ଯୁବକଙ୍କ ମୃତଦେହକୁ ସନ୍ଦେହ ଜନକ ଭାବେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏହି ମହିଳା  । ଉଭୟଙ୍କ ମଧ୍ୟରେ ଝଗଡାରୁ ବଳିଆ ତାଙ୍କ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଏହି ମହିଳା କହୁଥିବା ବେଳେ ବଳିଆଙ୍କ ମା ତାଙ୍କ ପୁଅକୁ ମାରି ଦେଇଥିବା ଅଭିଯୋଗ ଉଠାଇଛନ୍ତି । ଫଳରେ ଢେଙ୍କାନାଳ ଡାକ୍ତରଖାନାରୁ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।

ବାଇଟ: ଝରଣା ନାୟକ, ମୃତ ଯୁବକ ମା,

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.