ମଦ ପିଇବାକୁ ଯାଇଥିଲେ, ଜଙ୍ଗଲରେ ପଡିଥିଲା ମୃତଦେହ, ସାଙ୍ଗରେ କିଏ ଥିଲେ ? ମୃତ୍ୟୁ ହେଲା କେମିତି ? ଅଭିଯୋଗ ପରେ ପୋଲିସ ଖୋଜୁଛି ଖିଅ

Published By : Prameya-News7 Bureau | September 06, 2020 IST

ଦେବଗଡ, ୦୬।୦୯: ଦେବଗଡ ଥାନା ଅନ୍ତର୍ଗତ ତିଲେଇମାଳ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ, ଝରାଗୋଗୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଇଲୋ ଗ୍ରାମର ଦୟାନିଧି ଅଢା ଗତ ଗୁରୁବାର ଠାରୁ ମଦ୍ୟପାନ କରିବାକୁ ଆସି ଆଉ ଘରକୁ ଫେରିନଥିଲେ। ପରିବାର ପକ୍ଷରୁ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା । ତେବେ ରବିବାର ବନ ବିଭାଗ କର୍ମଚାରୀମାନେ ତାଙ୍କ ମୃତଦେହ ଜଙ୍ଗଲରେ ପଡିଥିବା ଦେଖି ଖବର ଦେଇଥିଲେ।ଦେବଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ପକ୍ଷରୁ ମୃତଦେହ ଚିହ୍ନଟ ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ଦୟାନିଧିଙ୍କୁ ତାଙ୍କର କେହି ବନ୍ଧୁ ମଦ୍ୟପାନ ପାଇଁ ଡାକିଥିବା ସନ୍ଦେହ କରାଯାଉଛି । ମଦ୍ୟପାନ ପରେ କୌଣସି କାରଣରୁ ଦୟାନିଧି ଓ ବନ୍ଧୁଙ୍କ ମଧ୍ୟରେ ଝଡଗା ହୋଇ ଥାଇପାରେ ବୋଲି କୁହାଯାଉଛି । ଏପରିକି ତାଙ୍କର ପୂର୍ବ ଶତ୍ରୁତା ଦିଗକୁ ନେଇ ମଧ୍ୟ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ବୋଲି ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.