Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଚେଙ୍କ ଦେବା ପରେ ଚାଲିଗଲା ଯକ୍ଷ୍ମାରୋଗୀଙ୍କ ଜୀବନ, ଅର୍ଥାଭାବରୁ ଚିକିତ୍ସା ହୋଇପାରୁନଥିବା ଅଭିଯୋଗ

9/07/2021 at 1:36 PM

ବାଂଶପାଳ ୯।୭: ଯକ୍ଷ୍ମାରୋଗରେ ଚେଙ୍କ ଚିକିତ୍ସା । ଅର୍ଥାଭାବରୁ ଯକ୍ଷ୍ମାରୋଗରେ ପୀଡିତ ରୋଗୀଙ୍କର ହୋଇପାରିଲାନି ଚିକିତ୍ସା । ଚେଙ୍କ ଚିକିତ୍ସା କରିବା ପରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ତଳକଇଁସାରୀ ପଞ୍ଚାୟତ ଉପର କଇଁସାରୀ ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁର ବିକାଶ ଦେହୁରୀ ଅର୍ଥାଭାବରୁ ଯକ୍ଷ୍ମାରୋଗର ଉପଯୁକ୍ତ ଚିକିତ୍ସା କରି ନପାରି ଚେଙ୍କ ଚିକିତ୍ସା କରୁଥିଲେ ।  ଶେଷରେ ଏହି ରୋଗରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ପୂର୍ବରୁ ବିକାଶ ଯକ୍ଷ୍ମାରୋଗରେ ପୀଡିତ ହୋଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରୁ କିଛି ଔଷଧ ଦେଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ତାଙ୍କ ସ୍ତ୍ରୀ ଦ୍ରୌପଦୀ ଦେହୁରୀ କାମ ଧନ୍ଦା କରି ଦୁଇ ପୁଅଙ୍କ ସହିତ ପରିବାର ଚଳାଉଥିଲେ ।

ଅର୍ଥାଭାବରୁ ସ୍ବାମୀଙ୍କର ଅଧିକ ଚିକିତ୍ସା କରି ନପାରି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଝଡାଫୁଙ୍କା ତଥା ଚେଙ୍କ ଚିକିତ୍ସା କରାଉଥିଲେ । ଶେଷରେ ବିକାଶଙ୍କର ଗୁରୁବାର ମୃତ୍ୟୁ ଘଟିଥିଲା । ମୂଲ ମଜୁରୀ କରି ପରିବାର ଚଳୁଥିବା ସ୍ତ୍ରୀ ଦ୍ରୌପଦୀ ଦେହୁରୀ ଏବଂ ୨ ଛୋଟ ପୁଅ ଏବେ ବେସାହାରା ହୋଇଯାଇଛନ୍ତି ।

   Related Posts