Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଗଣ୍ଡଗୋଳ କରି ବାପଘରକୁ ଚାଲିଯାଇଥିଲା ବୋହୁ, ତାକୁ ଫେରାଇ ଆଣିବାକୁ ଯାଇଥିବା ପୁଅ ୬ ମାସ ହେଲା ନିଖୋଜ… କୋଉଠୁ ମିଳୁନି ପତ୍ତା, ବାହୁନି ବାହୁନି କାନ୍ଦୁଛି ମା

1/02/2019 at 3:32 PM

ବଲାଙ୍ଗିର ୧|୨: ପୁଅକୁ ଝୁରୁଛି ମା । ବାହୁନି ବାହୁନି କାନ୍ଦୁଛି । ହେଲେ ସେ ଫେରୁନି, କି ତା ଖୋଜ ଖବରବି ମିଳୁନି । ବଲାଙ୍ଗୀର ସଇଁନ୍ତଳା ଟିକ୍ରାପଡା ଗାଁର ରୋସନ ନିଖୋଜ ଘଟଣାକୁ ୬ ମାସ ହେଲାଣି । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଦିନ ପରେ ଦିନ ବିତୁଛି । ହେଲେ ମା କୋଳ ଖାଲି ।

ସୟ ଦୀପ, ନିଖୋଜ ରୋସନଙ୍କ ମା ।   ପୁଅକୁ ଖୋଜୁଛି ମା । ବାହୁନି ବାହୁନି କାନ୍ଦୁଛି । ରୋଜଗାରିଆ ପୁଅର ୬ମାସ ହେଲା ଖୋଜଖବର ନାହିଁ । କୋହ ସମ୍ଭାଳି ପାରୁନି ମା ।କୁଆଡେ ଗଲା ପୁଅ ସେ ଚିନ୍ତାରେ ପିରବାରର ନିଦ ହଜିଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଟିକ୍ରାପଡା ଗାଁ ରେ । ସାତ ମାସ ତଳେ ପ୍ରେମ ବିବାହ କରିଥିଲେ ରୋସନ ଦୀପ । ବେଶ ହସଖୁସିରେ ଚାଲିଥିଲା ପରିବାର । କୌଣସି କାରଣକୁ ନେଇ ପତିପତ୍ନିଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ବାପ ଘରକୁ ଚାଲିଯାଇଥିଲେ ସ୍ତ୍ରୀ  ମେନକା । ସ୍ତ୍ରୀକୁ ଫେରାଇ ଆଣିବାକୁ ୨୦୧୮ ଅଗଷ୍ଟ ମାସ ୯ ତାରିଖରେ ମୁରିବାହାଲ ଜମୁନା ଗାଁ କୁ ଯାଇ ଆଉ ଫେରିଲେନି ରୋସନ ।

ରୋସନଙ୍କ ଶ୍ବଶୂର ଘର ଲୋକଙ୍କୁ ପଚାରିବାରୁ ତାଙ୍କ ପାଖରୁ ବି କୌଣସି ଉତ୍ତର ମିଳିଲା ନାହିଁ। ଏନେଇ ମୁରିବାହାଲ ଥାନା , କଣ୍ଟାବାଞ୍ଜି ଥାନା ସହ ବଲାରଙ୍ଗୀର ଏସପିଙ୍କ ଦ୍ବାରସ୍ତ ହୋଇଛନ୍ତି ପରିବାର ଲୋକ । ହେଲେ ସବୁଠି ନିରାଶ ହୋଇ ଫେରିଛନ୍ତି । ପୁଅକୁ ଫେରି ପାଇବା ନେଇ ଆଶା ଆଶଙ୍କାରେ ଅଛନ୍ତି ପରିବାର ଲୋକେ ।

ରୋସନ ଏବେ କେଉଁଠି ? ସେ ଜିବିତ ନାଁ ମୃତ ?  କଣ ଘଟିଥିଲା ସେଦିନ ରାତିରେ ?  ଏ ଚିନ୍ତା ପରିବାର ଆଖିରୁ ନିଦ ହଜାଇ ଦେଇଛି ।

   Related Posts