ରଜରେ ଅଘଟଣ ; ନଦୀକୁ ମାଛ ଧରିବାକୁ ଯାଇ ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | June 14, 2020 IST

ବାଲିପାଟଣା ୧୪।୦୬:  ପହିଲି ରଜରେ ଅଘଟଣ । କୁଆଖାଇ ନଦୀରୁ  ମାଛ ଧରିବାକୁ ଯାଇ ଜଣେ ନିଖୋଜ । ବାଲିଅନ୍ତା ଥାନା ଗଡକଂଟଣିଆ କୁଆଘାଇ ନଦୀରେ ଘଟିଛି ଅଘଟଣ । ନିଖୋଜ ହୋଇଥିବା ବ୍ୟକ୍ତି ବାଲିପାଟଣା ଥାନା ମୁକୁନ୍ଦଦାଶପୁର ଗାଁର ବୋଲି ସୂଚନା ମିଳିଛି ।

{"id":285931,"sizeSlug":"large"}

ସୂଚନାଯୋଗ୍ୟ ଯେ, ପହିଲି ରଜ ଥିବାରୁ କୁଆଖାଇ ନଦୀରେ ଜାଲ ପକାଇଥିଲେ କିଛି ଲୋକ । ଆଜି ମାଛ ଧରିବା ପାଇଁ ନଦୀ ଗର୍ଭକୁ ଯାଇଥିଲେ । କିନ୍ତୁ ଏହି ସମୟରେ କୁଆଖାଇ ନଦୀରେ ଜଣେ ନିଖୋଜ ହୋଇଯାଇଛନ୍ତି  । ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କର ପତ୍ତି ମିଳିନାହିଁ  । ବାଲିଅନ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତି  । କୁଆଖାଇ ନଦୀରେ ବାରମ୍ବାର ଏପରି ଅଘଟଣ ଘଟୁଛି । ଅନେକ ବ୍ୟକ୍ତିଙ୍କର ଜୀବନ ମଧ୍ୟ ଯାଉଛି  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.