ଶୌଚହେବାକୁ ଯାଇ ଭୁଲରେ ସୀମା ପାର ହୋଇଥିବା ଲୋକକୁ ବି ଛାଡ଼ିଲା ନାହିଁ ପାକିସ୍ଥାନ..ଅପେକ୍ଷା କରି ଶୁଖିଗଲାଣି ମାଆ ଆଖିରୁ ଲୁହ

Published By : Prameya-News7 Bureau | February 17, 2019 IST

ପାଟଣା ୧୭/୨- ପାକିସ୍ଥାନ କାହାକୁ କ୍ଷମାଦେବା ତ ଦୂରର କଥା, ନିଜର ବର୍ବରୋଚିତ କାମ ପାଇଁ ସାରା ବିଶ୍ଵରେ ଅସହିଷ୍ଣୁ ଦେଶଭାବେ ପରିଚିତ । ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ଥାନ ସାରା ବିଶ୍ଵକୁ ଶିଖାଇଛି ସନ୍ତ୍ରାସବାଦର କଳା । ଭାରତକୁ ନିଜର ଜନ୍ମଶତ୍ରୁ ଭାବୁଥିବା ପାକିସ୍ଥାନ ସବୁବେଳେ ଶତ୍ରୁତା ଆଚରଣ କରିଆସିଛି । କ୍ଷମାଦେବା ପାକିସ୍ଥାନର ଜାତକରେ ତ ନାହିଁ, ଭୁଲରେ ଯଦି କେହି ସୀମା ପାର ହୋଇଗଲା ,ଜାଣିଜାଣି ଦେଇଛି ଅକଥନୀୟ ଅତ୍ୟାଚାର । ନିକଟରେ ପାକିସ୍ଥାନର ଇଶାରାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ୪୪ଜଣ ଯବାନ । ତଥାପି ଭାରତ ହିଂସାର ପଥକୁ ଆପଣେଇ ନାହିଁ । କିନ୍ତୁ ପାକିସ୍ଥାନ ତଥାପି ଜାରି ରଖିଛି ହିଂସାତ୍ମକ କାର୍ଯ୍ୟକଳାପ ।

ଆଜି ଏମିତି ଗୋଟିଏ ଘଟଣା ବାବଦରେ କହିବୁ ଯାହା ଜଣେ ସୀମାପାର ହୋଇଥିବା ଲୋକର କାହାଣୀ । ଶୌଚହେବାକୁ ଯାଇ ଭୁଲରେ ସୀମାପାର ହୋଇ ଆଉ ଫେରିଲା ନାହିଁ ଘର ।

ରତନପୁର ଅଂଚଳର ସୀତାରମ ଝା ନାମକ ଜଣେ ଲୋକ ଆଜିଯାଏଁ ବି ଦେଖିପାରିଲା ନାହିଁ ଘର । ଗୃହ ବନ୍ଦୀଥିବା ସୀତାରାମକୁ ପାକିସ୍ଥାନ ଛାଡ଼ିଦେଇଛି ବୋଲି କହିବା ବେଳେ ପରିବାର ଲୋକ ଅପେକ୍ଷା କରି ମ୍ରିୟମାଣ ହୋଇପଡ଼ିଛନ୍ତି ।

ସୀତାରାମ ପାଟଣା ରତନପୁରର ବାସିନ୍ଦା ।  ତାଙ୍କର ତିନିଜଣ ପିଲା , ସ୍ତ୍ରୀ, ବାପା-ମାଆକୁ ନେଇ ସଂସାର । ଋଣଗ୍ରସ୍ତ ହୋଇପଡ଼ିଥିବା ସୀତାରାମ ବ୍ୟାଙ୍କରୁ ଋଣ ଆଣି ଅଟୋଟିଏ ବାହାର କରି ଗୁଜୁରାଣ ମେଣ୍ଟାଉଥିଲେ।   ଭାଗ୍ୟ ସାଥ୍ ଦେଲାନି ସୀତାରମଙ୍କୁ । ସେ ଆହୁରି ଋଣଗ୍ରସ୍ତ ହୋଇ ଘର ଛାଡ଼ିଲେ । ଜଣେ ନିକଟ ସଂପର୍କୀୟଙ୍କ ସାହାର୍ଯ୍ୟରେ କାମଧନ୍ଧା ଆଶାରେ ଜଲନ୍ଧରର ଭାରତ ସୀମା ଅଂଚଳର ଏକ ଗାଁକୁ  ଚାଲିଯାଇଥିଲେ । ଦିନେ ସଂଧ୍ୟାବେଳେ ଶୌଚହେବାକୁ ଯିବାବେଳେ ଭୁଲରେ ପାକିସ୍ଥାନର ସୀମାଭିତରକୁ ଚାଲିଯାଇଥିଲେ । ପାକିସ୍ଥାନୀ ସେନାଙ୍କ ଦ୍ଵାରା ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା । 

ଘରକୁ ନ ଫେରିବାରୁ ଶେଷରେ ପରିବାର ଲୋକ ଜାଣିବାକୁ ପାଇଲେ ସୀତାରମ ପାକିସ୍ଥାନ ଜେଳରେ ବନ୍ଦୀଥିବା କଥା । ସୀତାରାମଙ୍କ ଜଣେ ବନ୍ଧୁ ଗୃହ ମନ୍ତ୍ରାଣାଳୟକୁ ଏବାବଦରେ ଚିଠି ଲେଖି ଜଣାଇବା ପରେ ଭାରତ ତରଫରୁ ଅନୁସନ୍ଧାନ କରାଯାଇଥିଲା । ୧୯୯୯ ମସିହାରେ ଗିରଫ ହୋଇଥିବା ସୀତାରାମକୁ ୨୦୦୪ ମସିହାରେ ଛାଡ଼ିଦେଇଥିବା କଥା କହିଥିଲା ପାକିସ୍ଥାନ ।  କିନ୍ତୁ ସୀତାରାମ ଘରକୁ ଫେରି ନଥିଲା । ସୀତାରାମ ପାକିସ୍ଥାନ ଜେଲରେ ପଣବନ୍ଦୀଥାଇପାରେ କିମ୍ବା ପାକିସ୍ଥାନୀ ସେନାଙ୍କ ଦ୍ଵାରା ହତ୍ୟା କରାଯାଇଥିବା କଥା ପରିବାର ଲୋକ କରୁଛନ୍ତି ସନ୍ଦେହ ।

ସୀତାରାମ ନିଖୋଜହେବା ପରେ ସ୍ତ୍ରୀ ତିନୋଟି ପିଲାଙ୍କ ସହ ବାପଘରକୁ ଚାଲିଯାଇଥିଲେ । ସୀତାରାମଙ୍କର ବୁଢ଼ାବାପା ବି ଝୁରି ଝୁରି ମରିଯାଇଥିଲେ । ସୀତାରାମଙ୍କ ମାଆ କେବଳ ଆଖିରୁ ଲୁହ ଝରାଇ ଅପେକ୍ଷା କରିବା ସାର୍ ହୋଇଛି । କେବେ ମୁକ୍ତି ହେବ ପୁଅ ସୀତାରାମ ପାକିସ୍ଥାନ ଜେଲରୁ ।

ବୁଢ଼ୀମାଆଟି ସୀତାରାମକୁ ଅପେକ୍ଷା କରିଛି ସିନା ହେଲେ ସୀତାରାମ ଫେରିବ କି ନାହିଁ କିଏ କହିବ । ଏ ଉତ୍ତର କାହା ପାଖରେ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.