ଦାଦନ ଖଟିବାକୁ ଯାଇ ସାରଥୀ ନିଖୋଜ, ଅପେକ୍ଷାରେ ପରିବାର ଲୋକ

Published By : Prameya-News7 Bureau | June 27, 2021 IST

ବନ୍ଧୁଗାଁ ୨୭/୬ : ବନ୍ଧୁଗାଁ ଥାନା ଗାରିଡି ଗ୍ରାମ ପଞ୍ଚାୟତର ବାମଣ ଗୁରସୀ ଗ୍ରାମର ୪୬ ବର୍ଷୀୟ ମିଣିଆକା ସାରଥୀ ଦାଦନ ଖଟିବାକୁ ଯାଇ ନିଖୋଜ । ଗତ କିଛି ବର୍ଷ ପୂର୍ବେ ଏହି ବ୍ୟକ୍ତି ଜଣକ ଦାଦନ ଖଟିବା ପାଇଁ ଭାରତର ରାଜଧାନୀ ଦିଲ୍ଲୀ ଯାଇଥିଲେ । ହରିଦ୍ୱାର ଠାରେ ରହିଥିବା ଏକ ସିଲଭର କମ୍ଫାନୀରେ ସେ ଚାକିରୀ କରୁଥିଲେ । ଆଉ ନିଜ ରୋଜଗାରର କିଛି ଅର୍ଥ ନିୟମିତ ଘରକୁ ପଠାଉଥିଲେ । ସେହି ଟଙ୍କାରେ ପରିବାର ଲୋକେ ଚଳୁଥିଲେ ।

ହେଲେ ଆଜକୁ ପ୍ରାୟ ଦୁଇ ବର୍ଷ ହେବ ସାରଥୀଙ୍କ ଖୋଜ ଖବର ନାହିଁ । ନାଁ ତାଙ୍କର ଫୋନ ଆସୁଛି ନାଁ କିଛି ଖବର ଅଛି । ଘରେ ସ୍ତ୍ରୀ ଓ ଦୁଇ ପୁଅ ଓ ତିନି ଝିଅଙ୍କ ସହ ବାପା, ମାଆ ସମସ୍ତେ ରୋଜଗାରିଆ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି । ଦୁଇବର୍ଷ ବିତିଲା, କିନ୍ତୁ ପୁଅର ଠିକଣା ନାହିଁ । ବାପା ଆଉ ଫେରିବେ କି ନାହିଁ ଆଶା ଆଶଙ୍କାରେ ରହିଛନ୍ତି ତାଙ୍କର ପୁଅ ଓ ଝିଅ । ଦୁଇ ପୁଅ ବାପାର ଫଟୋ ସେୟାର କରିଛନ୍ତି । ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯଦି କେହି ସାରଥୀଙ୍କ ଖବର ପାଆନ୍ତି ତାହେଲେ ନମ୍ବର-୮୧୪୪୨୭୧୯୯୭ ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.