ପୁଅ ଆଗରେ ଭାସିଗଲା ବାପା, କୂଶେଇ ନଦୀରେ ଗୋରୁଙ୍କୁ ପାର କରାଉଥିବା ବେଳେ ଅଘଟଣ

Published By : Prameya-News7 Bureau | December 13, 2019 IST

ଆନନ୍ଦପୁର ୧୩।୧୨: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କୂଶେଇ ନଦୀର ଭାଟିସିରା ଘାଟଠାରେ ନଦୀରେ ବୁଡି ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ହେଉଛନ୍ତି ବାରିଗାଁର କମଳ ଲୋଚନ ସାହୁ । ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଆଜି କମଳଙ୍କ ପରିବାରର ଗୋରୁଚରାପାଳି ଥିବାରୁ ପୁଅ ବିଶ୍ବମୋହନ ସହ ଯାଇଥିଲେ କମଳ । ଗୋରୁ ଗୋଠକୁ ନଦୀ ପାର କରାଇବା ସମୟରେ ହଠାତ୍ ଏକ ଗଣ୍ଡରେ ନିଖୋଜ ହୋଇଯାଇଛନ୍ତି କମଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.