Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମ୍ୟାଚ୍‌ ସମୟରେ ମହିଳା ଦର୍ଶକଙ୍କୁ ଦୁର୍ବ୍ୟହାର, ଭିଡିଓ ଭାଇରାଲ ହେବା ପରେ ଜୋର ଧରିଲା ଚର୍ଚ୍ଚା

20/07/2021 at 9:50 PM

ନୂଆଦିଲ୍ଲୀ ୨୦/୭: ଇଂଲଣ୍ଡରେ ଏବେ ଘରୋଇ ଟୁର୍ଣ୍ଣାମେଣ୍ଟ ଭାଇଟାଲିଟି ବ୍ଲାଷ୍ଟ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ବିଶ୍ବର ବହୁ ବଡ଼ ବଡ଼ ଖେଳାଳି ଖେଳୁଛନ୍ତି। କିନ୍ତୁ ସେଠାକାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ମହିଳା ଦର୍ଶକଙ୍କ ସହ ଦୁର୍ବ୍ୟବହାର
ଭାଇଟାଲିଟି ବ୍ଲାଷ୍ଟରେ ଏକ ମ୍ୟାଚ୍‌ରେ ଗୋଟିଏ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ମ୍ୟାଚ୍‌ ସମୟରେ ମହିଳା ଦର୍ଶକଙ୍କ ସହ ଖରାପ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହେଉଛି। ସରେ ଏବଂ ମିଡଲସେକ୍ସ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ସମୟରେ ଏହି ଭିଡିଓ ବୋଲି ଜଣାପଡ଼ିଛି ।

ପ୍ରାଇଭେଟ ପାର୍ଟରେ ଚୁମ୍ବନ
ମ୍ୟାଚ୍‌ ସମୟରେ କ୍ୟାମେରାମ୍ୟାନ୍‌ ଦର୍ଶକଙ୍କ ଆଡ଼କୁ କ୍ୟାମେରା ବୁଲାଇଥିଲେ। ସେତେବେଳେ ଜଣେ ବ୍ୟକ୍ତି ଜଣେ ମହିଳା ଦର୍ଶକଙ୍କ ସହ ଖରାପ ବ୍ୟବହାର କରୁଥିବା କ୍ୟାମେରାରେ କଏଦ ହୋଇଥିଲା। ନୀଳ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ମହିଳା ଜଣଙ୍କ ବ୍ୟକ୍ତିଙ୍କ କାନ୍ଧ ଉପରେ ହାତ ରଖି ପଛରେ ବସିଥିବା ଅନ୍ୟ ଜଣେ ଦର୍ଶକଙ୍କ ସହ କଥା ହେଉଥିଲେ। ଏହାର ଫାଇଦା ନେଇ ତାଙ୍କର ପ୍ରାଇଭେଟ୍‌ ପାର୍ଟରେ କିସ୍‌ କରିଦେଇଥିଲା ବଦମାସ ।

ସୋସିଆଲ ମିଡିଆରେ ଚର୍ଚ୍ଚା
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ସେୟାର କରଛୁନ୍ତି। ୟୁଜର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କିଛି ଲୋକ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟବହାରକୁ ନେଇ କ୍ରୋଧ ଜାହିର ମଧ୍ୟ କରିଛନ୍ତି ।

   Related Posts