ଏକତରଫା ପ୍ରେମରେ ଯୁବତୀଙ୍କୁ ଅସଦାଚରଣ ; ଏସିଡ୍ ଢାଳି ଜାଳିଦେବାକୁ ଉଦ୍ୟମ, ଯୁବକ ଗିରଫ

Published By : Prameya-News7 Bureau | April 18, 2019 IST

ଉତ୍ତରପ୍ରଦେଶରେ ଯୁବତୀଙ୍କୁ ଅସଦାଚରଣ ତଥା ପରିବାର ଲୋକଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ଯୁବକ ଜଣକ ହେଲେ ସ୍ବାଧୀନ ସେଟ୍ଟୀ । ଅଭିଯୁକ୍ତ ସ୍ୱାଧୀନକୁ ଏବେ ୨୬ ବର୍ଷ ବୟସ। ଯୁବତୀଙ୍କ ଅଭିଯୋଗ ଅନୁସାରେ ସ୍ବାଧୀନ ତାଙ୍କ ଘରେ ପଶି ଅସଦାଚାରଣ କରିଥିଲେ। ଏହା ସହ ତାଙ୍କୁ ଏସିଡ୍‌ ପକାଇ ଜାଳି ଦେବା ସହ ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ବିଗତ ଦିନରେ ଅଭିଯୁକ୍ତ ଯୁବତୀଙ୍କୁ ଭଲ ପାଆନ୍ତି ବୋଲି ତାଙ୍କୁ ପ୍ରକାଶ କରିଥିଲେ। ହେଲେ ଯୁବତୀ ତାଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ। ସେ ଅନେକ ଚେଷ୍ଟା କରିଲା ପରେ ମଧ୍ୟ ଯୁବତୀ ତାଙ୍କୁ ମନା କରିଥିଲେ। ଏହା ପରେ ଦିନେ ଅଭିଯୁକ୍ତ ଯୁବତୀଙ୍କ ଘରକୁ ଯାଇ ପ୍ରଥମେ ତାଙ୍କ ମା ବାପାଙ୍କୁ ଧମକ ଦେଇଥିଲା। ମା ବାପା ଡରି ଝିଅକୁ ଏହି ବିଷୟରେ କହିଥିଲେ। ତଥାପି ଯୁବତୀ ଡରିନଥିଲେ ଓ ସ୍ୱାଧୀନକୁ ଗାଳିଦେଇଥିଲେ। ତେଣୁ କ୍ରୋଧରେ ଜଳି ଶେଷରେ ସେ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ। ଘଟଣା ଅଧିକ ବିଗିଡିଥିବାରୁ ଯୁବତୀ ପୋଲିସରେ ମାମଲା ରୁଜୁ କରିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.