Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଞ୍ଚାଇ ପାରିଲାନି ପିପିଇ କିଟ୍ : ସଂକ୍ରମିତ ପତ୍ନୀଙ୍କୁ ପିପିଇ କିଟ୍ ପିନ୍ଧି ଭେଟିବା ପରେ ସଂକ୍ରମିତ ହେଲେ ସ୍ବାମୀ ,ଚାଲିଗଲା ଜୀବନ

10/08/2020 at 2:12 PM

ଫ୍ଲୋରିଡ଼ା ୧୦/୮: ଜଣେ ବ୍ୟକ୍ତି ବିପଦ ସତ୍ବେ କରୋନା ସଂକ୍ରମିତ ନିଜ ସ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ସ୍ତ୍ରୀଙ୍କୁ ଭେଟିବାର ୩ସପ୍ତାହ ପରେ ହିଁ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଛି। ସ୍ବାମୀ ପିପିଇ କିଟ୍ ଏବଂ ମାସ୍କ ପିନ୍ଧି ସ୍ତ୍ରୀଙ୍କୁ ଭେଟିବାକୁ ହସ୍ପିଟାଲକୁ ଯାଇଥିଲେ।

 ଏହି ଘଟଣା ଆମେରିକାର ଫ୍ଲୋରିଡ଼ାରେ ଘଟିଛି। ସ୍ୟାମ୍ ରେକ୍ ନାମକ ବ୍ୟକ୍ତିଙ୍କ ବୟସ ୯୦ବର୍ଷ ଥିଲା। ଜୁଲାଇ ୧୨ତାରିଖରେ ୮୬ବର୍ଷୀୟା ସ୍ତ୍ରୀ ଜୋଏନଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁର ଠିକ୍ କିଛି ଘଣ୍ଟା ପୂର୍ବରୁ ସ୍ୟାମ୍ ତାଙ୍କୁ ଦେଖା କରିଥିଲେ। ଏହା ପରେ ସ୍ୟାମ୍ ନିଜେ ମଧ୍ୟ କରୋନାର ଶିକାର ହୋଇଯାଇଥିଲେ ଏବଂ ଅଗ​‌ଷ୍ଟ ୧ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସ୍ୟାମଙ୍କ ଝିଅ ହୋଲି ରେକ ମାନିଥିଲେ ଯେ ହସ୍ପିଟାଲରେ ମାଙ୍କୁ ଭେଟିଥିବା ସମୟରେ ବାପା କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ। କିନ୍ତୁ ହୋଲି କହିଥିଲେ ଯେ ବାପା କରୋନାର ସଂକ୍ରମିତ ହେବାର ବହୁ ପୂର୍ବରୁ ଜାଣି ଯାଇଥିଲେ।

ସ୍ୟାମ୍ ଏବଂ ଜୋଏନ୍ ୩୦ବର୍ଷରୁ ବିବାହିତ ଥିଲେ। କିନ୍ତୁ ମହାମାରୀ ଯୋଗୁଁ ଦୁହେଁ ଅଲଗା ହୋଇଯାଇଥିଲେ କାରଣ ସେଠାରେ ନର୍ସିଂ ହୋମରେ ଭର୍ତ୍ତି ହୋଇଥିବା ଲୋକଙ୍କୁ ଦେଖା କରିବା ଉପରେ ରୋକ ଲଗା ଦିଆଯାଇଥିଲା। ଜୋଏନ ବର୍ଷେ ହେଲା ଡିମେନସିୟା ରୋଗରେ ପୀଡ଼ିତ ଥିଲେ ଏବଂ ଏହି କାରଣରୁ ସେ ନର୍ସିଂ ହୋମରେ ରହୁଥିଲେ।

   Related Posts