ନୂଆଦିଲ୍ଲୀ ୬/୧୧: ସରିଥିଲା ନିର୍ବନ୍ଧ। ନିର୍ଘଣ୍ଟ ହୋଇସାରିଥିଲା ବିବାହ ତିଥି। ଡେଷ୍ଟିନେସନ୍ ଓ୍ବେଡିଂ ପାଇଁ ସରିଥିଲା ଯୋଜନା। ଦିନ କେଇଟା ପରେ ନିଜ ସାଥିଙ୍କୁ ବିବାହ କରିଥାନ୍ତେ ଯବୁକ। ଶେଷ ମୁହୂର୍ତ୍ତରେ ସବୁ କିଛି ବଦଳିଗଲା। ହାତ ଛାଡ଼ି ଦେଇ ଚାଲିଗଲେ ଭାବି ପତ୍ନୀ। ପ୍ରେମିକା ବା ଭାବି ପତ୍ନୀ ହାତ ଛାଡ଼ିଦେଲେ ସତ କିନ୍ତୁ ଭାଙ୍ଗି ନପଡ଼ି ଇତିହାସ ରଚିଦେଲେ ଯୁବକ। ସେହି ତିଥି ଓ ସେହି ସ୍ଥାନରେ ଧୁମଧାମରେ ନିଜକୁ ନିଜେ ବାହା ହୋଇଗଲେ ଯୁବକ। ହଁ, ନିଜକୁ ନିଜେ ବିବାହ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବ୍ରାଜିଲ୍ର ଯୁବକ ଡାଏଗୋ ରାବେଲୋ।
୩୩ ବର୍ଷୀୟ ଡାଏଗୋ ରାବେଲୋ ଓ ଭିଟର ବୋଏନୋଙ୍କ ନିର୍ବନ୍ଧ ଗତବର୍ଷ ନଭେମ୍ବରରେ ହୋଇଥିଲା। ୨୦୨୦ ସେପ୍ଟେମ୍ବରରେ ବିବାହ ପାଇଁ ମଧ୍ୟ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭୁଲ ବୁଝାମଣା ପାଇଁ ଜୁଲାଇରେ ଦୁଇ ଜଣ ଅଲଗା ହୋଇଥିଲେ। କିନ୍ତୁ ବିବାହ ତାରିଖ ନିକଟତର ହୋଇଥିଲେ ହେଁ ଦୁଇ ଜଣଙ୍କର ସମ୍ପର୍ରେ ସୁଧାର ଆସିନଥିଲା। ତେଣୁ ସେହି ତାରିଖ ଓ ସମାନ ସ୍ଥାନରେ ନିଜକୁ ନିଜେ ବିବାହ କଲେ ଡାଏଗୋ ରାବେଲୋ।
wp:html/wp:html
ବହିଆର ଇଟାକେୟାର ରିସୋର୍ଟରେ ଧୁମ୍ ଧାମ୍ରେ ବାହାଘର ହୋଇଥିଲା ବେଳେ ୪୦ ଜଣ ସମ୍ପର୍କୀୟ ସାମିଲ ହୋଇଥିଲେ। ଅକ୍ଟୋବର ୧୭ରେ ବିବାହ ହୋଇଥିବା ବେଳେ ଡାଏଗୋ ରାବେଲୋ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ଡାଏଗୋ ରାବେଲୋ କହିଛନ୍ତି, ‘ଆଜି ମୋ ଜୀବନର ସବୁଠୁ ଖୁସିର ଦିନ। ହୁଏତ ଏହା ଗୋଟିଏ ଟ୍ରାଜେଡି କିନ୍ତୁ ମୁଁ ଏହାକୁ କମେଡି କରିଦେଲି। ମାସେ କାଳ ଚିନ୍ତା କରିବା ପରେ ମୁଁ ମୋତେ ଭଲ ପାଇବାକୁ ଯୋଜନା କଲି। ମୁଁ ଆଉ କାହାକୁ ବିବାହ କରିପାରେ। ମୋର ବି ପିଲା ହେଉ ମୁଁ ଚାହେଁ। କିନ୍ତୁ ତାହା ଉପରେ ମୁଁ ନିର୍ଭର କରିବା ଠିକ୍ ନୁହେଁ।’
wp:html/wp:html wp:html
/wp:html
ବିବାହରେ କନିଆଁ ନଆସିବାରୁ ବର ନିଜକୁ ନିଜେ ବାହା ହେବା ହୁଏତ ଏହା ପ୍ରଥମ କିନ୍ତୁ ଏହା ଅନେକଙ୍କୁ ଅନେକ ଶିକ୍ଷା ଦେବ। ନିଜକୁ ନିଜେ ଭଲ ପାଇବା ପାଇଁ ଡାଏଗୋ ରାବେଲୋଙ୍କ ନିଷ୍ପତ୍ତି ବେଶ ପ୍ରଭାବଶାଳୀ ହେବ ବୋଲି ଚର୍ଚ୍ଚା ହେଉଛି।