୩୭ ଦିନରେ ଜଣେ ଯୁବତୀଙ୍କ ସହ ୪ ଥର ବାହାଘର, ୩ ଥର ଛାଡପତ୍ର, ତାପରେ ପୁଣି କୋର୍ଟ : ଜଣେ ଚତୁର କିରାଣୀଙ୍କ ଚମତ୍କାର କାରନାମା

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ ୧୬/୦୪ : ବିବାହ ହେଉଛି ଏକ ପବିତ୍ର ଶବ୍ଦ । ସାତ ଜନ୍ମକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ୨ ଆତ୍ମା । କିନ୍ତୁ ତାଇଓ୍ବାନରୁ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟଚକିତ ହୋଇଯି​‌ବେ । ଜଣେ ବ୍ୟାଙ୍କ କର୍ମଚାରୀ ୩୭ ଦିନ ଭିତରେ ଜଣେ ହିଁ ଯୁବତୀଙ୍କୁ ଚାରି ଚାରି ଥର ବିବାହ କରିବା ଭଳି ଘଟଣା ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ୪ ଥର ବିବାହ କରି ନିଜ ପତ୍ନୀଙ୍କ ଠାରୁ ୩ ଥର ତଲାକ୍‌ ମଧ୍ୟ ନେଇଥିବା ସୂଚନା ମିଳିଛି । ଘଟଣା ବାବଦରେ ସେତେବେଳେ ଜଣାପଡିଥିଲା ଯେତେବେ​‌ଳେ ମାମଲା କୋର୍ଟକୁ ଗଲା ।

ସୂଚନା ଅନୁସାରେ, ଯୁବକଜଣକ ଏକ ବ୍ୟାଙ୍କରେ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି । ନିୟମ ଅନୁଯାୟୀ ତାଙ୍କୁ ବିବାହ ପାଇଁ ୮ ଦିନ ଛୁଟି ମିଳିଥିଲା । ତେବେ ଛୁଟି ସରିଯିବାକୁ ଥିବାରୁ ଆଉ କିଛି ଦିନ ଛୁଟି ନେବାକୁ ଅଜବ ପନ୍ଥା ଆପଣାଇଥିଲେ ଯୁବକଜଣକ । ସେ ଜାଣିଶୁଣି ନିଜ ପତ୍ନୀଙ୍କୁ ତଲାକ୍‌ ଦେଇ ପୁଣି ଥରେ ବିବାହ କରିଥିଲା । ଏହା କରିବା ପଛରେ ଥିଲା କେବଳ ଆଉ କିଛି ଦିନ ଛୁଟି ପାଇବା । ଏପରି ଭାବେ ସେ ନିଜର ହିଁ ପତ୍ନୀକୁ ୪ ଥର ବିବାହ କରିଥିଲା ଏବଂ ୩ ଥର ତଲାକ୍ ଦେଇଥିଲା । ସେ ଯେଉଁ ବ୍ୟାଙ୍କରେ ଚାକିରି କରୁଥିଲେ ଉକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସନ୍ଦେହ ହେବାରୁ ଛୁଟି ଦେବାକୁ ମନା କରିଦେଇଥିଲେ । ଏହାପରେ ଯୁବକ ଜଣକ ଲେବର କୋର୍ଟରେ ମାମଲା ରୁଜୁ କରିଥିଲେ ଏବଂ ବ୍ୟାଙ୍କ ବିରୁଦ୍ଧରେ ଲେବର ଲିଭ୍‌ ନିୟମ ଉଲ୍ଲଂଘନ କରିବା ଭଳି ଅଭିଯୋଗ କରିଥିଲେ ।

ନିୟମ ଅନୁଯାୟୀ ଉକ୍ତ ଯୁବକଙ୍କୁ ବିବାହ ପାଇଁ ୮ଦିନର ପେଡ୍‌ ଲିଭ୍‌ ମିଳିଥିଲା । ତେଣୁ ଯେହେତୁ ସେ ଜଣେ ଯୁବତୀଙ୍କୁ ୪ ଥର ବିବାହ କରିଛନ୍ତି ସେଥିପାଇଁ ସେ ୩୨ ଦିନର ପେଡ୍‌ ଲିଭ୍‌ ପାଇଁ ଆବେଦନ କରିଥିଲେ ଯାହାକୁ କି ବ୍ୟାଙ୍କ ମନାକରିଦେଇଥିଲା । ପରେ ସେ ବାଧ୍ୟ ହୋଇ ଲେବର କୋର୍ଟରେ ଅଭିଯୋଗ କରିଥିଲେ । ଲେବର କୋର୍ଟ କମିସନର କହିଛନ୍ତି ଯେ, ଯୁବକଜଣକ ବିବାହ ପାଇଁ ଯାହା ସବୁ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । କିନ୍ତୁ ବ୍ୟାଙ୍କ ତାଙ୍କୁ ଛୁଟି ନଦେବା ତାହା ମଧ୍ୟ କୌଣସି ପ୍ରାବଧାନରେ ଲେଖାଯାଇନାହିଁ । ତେଣୁ ଛୁଟି ନଦେବା ଅଭିଯୋଗରେ ବ୍ୟାଙ୍କକୁ ପ୍ରାୟ ୭୦୦ ଡଲାରର ଜରିମାନା ଲଗାଇଛନ୍ତି ଲେବର କିମସନର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.