Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନିଆରା ବିବାହ : ନିଜ ପୁଅକୁ କଣ୍ଢେଇ ସହ ବିବାହ କରାଇଲେ ୯୦ବର୍ଷ ବୟସ୍କ ବାପା ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

18/06/2020 at 4:51 PM

ପ୍ରୟାଗରାଜ ୧୮/୬: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଖବର ଏକ ବିବାହର। ଏହି ବିବାହ ମଧ୍ୟ ସାଧାରଣ ବିବାହ ଭଳି ହୋଇଥିଲା। ମଣ୍ଡପ ସଜା,ବର-କନିଆଁ ପ୍ରସ୍ତୁତ ହେଲେ,ପଣ୍ଡିତ ମନ୍ତ୍ର ପଢ଼ିଲେ। ଜୋର-ସୋରରେ ନାଚଗୀତ ହୋଇଥିଲା,ବନ୍ଧୁ-ବାନ୍ଧବ ଏବଂ ସମ୍ପର୍କୀୟଙ୍କ ସହ ସାରା ଗାଁ ନିମନ୍ତ୍ରିତ ହୋଇଥିଲେ। କିନ୍ତୁ ଏହା ସତ୍ବେ ଏହି ବିବାହ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପ୍ରକୃତରେ କ’ଣ ଖାସ୍ ରହିଛି ଏହି ବିବାହରେ,ଆସନ୍ତୁ ଜାଣିବା।

ପ୍ରୟାଗରାଜ ସହରରୁ ପାଖାପାଖି ୩୦କିଲୋମିଟର ଦୂର ଘୂରପୂର ଅଞ୍ଚଳର ଭୈଦପୁର ଗାଁ। ସୁନ୍ଦର ପାହାଡ଼-ପର୍ବତ ଘେରି ରହିଥିବା ଏହି ଗାଁରେ ଅଜୟ ଦେବଗନ,ସୈଫ ଅଲ୍ଲୀ ଖାନ୍ ଏବଂ କରନା କପୁରଙ୍କ ହିଟ୍ ଫିଲ୍ମ ଓମକାରାର ସୁଟିଂ ହୋଇ ସାରିଛି। ଏହି ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବରଯାତ୍ରୀ ଆସିଥିଲେ। ଏହି ବରଯାତ୍ରୀ ରେଲଓ୍ବେର ଅବସରପ୍ରାପ୍ତ କର୍ମଚାରୀ ୯୦ବର୍ଷ ବୟସ୍କ ଶିବ ମୋହନ ପାଲଙ୍କ ଘରୁ ବାହାରିଥିଲେ  ଏବଂ ଗାଁରେ ବୁଲି ପୁଣି ଥରେ ଘରକୁ ଫେରି ଆସିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ବିବାହ ରୀତିନୀତି। ସର୍ବପ୍ରଥମେ ମହିଳାମାନେ ମଙ୍ଗଳ ଗୀତ ଗାଇଥିଲେ। ପଣ୍ଡିତ ମନ୍ତ୍ର ପଢ଼ିଥିଲେ। ମନ୍ତ୍ର ଉଚ୍ଚାରଣ ପରେ ସାତ ଫେରା ହୋଇଥିଲା। ଲୋକେ ୩୨ବର୍ଷ ବୟସ୍କ ବର ପଞ୍ଚରାଜଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ପୂରା ଗାଁକୁ ଡକାଯାଇଥିଲା। ଭୋଜି ପାଇଁ ଟେଣ୍ଟ ମଧ୍ୟ ବ୍ୟବସ୍ଥା ହୋଇଥିଲା। ଅତିଥିଙ୍କ ଖାଇବା ପାଇଁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଭୋଜି ପରେ ପୁଣି ଥରେ ନାଚ-ଗୀତର ଆସର ଜମିଥିଲା ଯାହା ବିଳମ୍ବିତ ରାତି ଯାଏଁ ଚାଲିଥିଲା।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ ଏହି ନିଆରା ବିବାହରେ କନିଆଁ ଜଣେ ମହିଳା ନଥିଲେ। ଦୁଇ ଜଣ ପୁଅ ମଧ୍ୟ ପରସ୍ପରକୁ ବିବାହ କରୁନଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ୩୨ବର୍ଷ ବୟସ୍କ ପର ବିବାହ କଲେ କାହାକୁ? ବିବାହ ପୋଷାକ କିଏ ପିନ୍ଧିଥିଲେ? ବାସ୍ତବରେ ବୃଦ୍ଧ ଶିବ ମୋହନ ପାଲ ନିଜ ଅଷ୍ଟମ ପୁଅ ପଞ୍ଚରାଜଙ୍କ ବିବାହ କାଠ ଏବଂ କାଗଜରେ ପ୍ରସ୍ତୁତ କରାଯାଇଯାଇଥିବା ଏକ କଣ୍ଢେଇ ସହ କରାଇଥିଲେ। ବିବାହ ପରେ କଣ୍ଡେଇକୁ ପୋଖରୀରେ ବିସର୍ଜନ କରି ଦିଆଯାଇଥିଲା।

ଶିବ ମୋହନଙ୍କ ୯ପୁଅ ଏବଂ ୩ଝିଅ। ସେ ତାଙ୍କ ସମସ୍ତ ପିଲାଙ୍କ ବିବାହ ଠିକ୍ ସମୟରେ କରାଇ ଦେଇଥିଲେ କିନ୍ତୁ ପଞ୍ଚରାଜଙ୍କ ବିବାହ କରାଇ ପାରିନଥିଲେ।

ଶିବ ମୋହନ ନିଜେ ମାଷ୍ଟର ଡିଗ୍ରୀ କରିଛନ୍ତି। ପାଠପଢ଼ା ଯୋଗୁଁ ତାଙ୍କୁ ସରକାରୀ ଚାକିରୀ ମିଳିଥିଲା। ସେ ତାଙ୍କ ସମସ୍ତ ପିଲାଙ୍କୁ ଭଲଭାବେ ପଢ଼ାଇଥିଲେ। କିନ୍ତୁ ୮ନମ୍ବର ପୁଅ ପଞ୍ଚରାଜ ତାଙ୍କ ଶତ ଚେଷ୍ଟା ସତ୍ବେ ସ୍କୁଲ୍ ଯାଇନଥିଲେ। ସେ ଜମା ପାଠ ପଢ଼ିବାକୁ ଚାହୁଁନଥିଲେ। ସ୍କୁଳ୍ ଯିବା ବଦଳରେ ସାଙ୍ଗସାଥୀଙ୍କ ସହ ଖେଳୁଥିଲେ। ପଢ଼ିବାକୁ କୁହାଗଲେ କାନ୍ଦୁଥିଲେ କିମ୍ବା ବାହାନା କରୁଥିଲେ। ଅପାଠୁଆ ହେବା ଯୋଗୁଁ ଆଜି ତାଙ୍କ ପାଖରେ କୌଣସି ରୋଜଗାର ମଧ୍ୟ ନାହିଁ। ସେ ପୋଷା ପଶୁଙ୍କୁ ଚରାଇବାକୁ ନେଇ ଯାଆନ୍ତି। ଶିବ ମୋହନଙ୍କୁ ଏଥିପାଇଁ ଅତ୍ୟନ୍ତ ଦୁଃଖ ରହିଛି। ପଞ୍ଚରାଜଙ୍କ ଅବାଧ୍ୟ ଏବଂ ଦାୟିତ୍ବହୀନତା ଗୁଣ ଯୋଗୁଁ ଶିବ ମୋହନ ତାଙ୍କୁ ବିବାହ ନ କରାଇବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ତାଙ୍କ ମତରେ ତାଙ୍କୁ ବିବାହ କରି କେହି ଖୁସିରେ ରହି ପାରିବେ ନାହିଁ। ତାଙ୍କୁ ପୁଅଙ୍କ ନୁହେଁ ବରଂ ଅନ୍ୟ ଝିଅଙ୍କ ବେଶୀ ଚିନ୍ତା ଥିଲା। ସେଥିପାଇଁ ସେ କୌଣସି ଝିଅଙ୍କ ଜୀବନ ନଷ୍ଟ କରିବାକୁ ଚାହୁଁ ନଥିଲେ।

ବୃଦ୍ଧ ଶିବ ମୋହନଙ୍କ ଏହି ନିଷ୍ପତ୍ତି ସ୍ବାର୍ଥପର ସମାଜ ପାଇଁ ଏକ ଶିକ୍ଷା ଏବଂ ପରାମର୍ଶ ଭଳି।

   Related Posts