ଏମିତି ଏକ ବିୟୁଟି ପାର୍ଲର ଯେଉଁଠି ପୁରୁଷ ଚଳାଇଲେ ବି ଯୁବତୀଙ୍କର ଭିଡ଼ଥାଏ କାହିଁରେ କଣ ?

Published By : Prameya-News7 Bureau | February 03, 2019 IST

ମହିଳାମାନେ ବିଶେଷକରି ନିଜର ରୂପସଜ୍ଜା ପାଇଁ ବିୟୁଟି ପାର୍ଲର ଯାଇଥାନ୍ତି । ଝିଅମାନେ ଲେଡ଼ିଜ ବିୟୁଟି ପାର୍ଲର ଯାଇ ନିଜର ଆବଶ୍ୟକତା ଅନୁସାରେ ମେକଅପ୍ ଠାରୁ ପୁଣି ବାଇଡ଼୍ରାଲ ପର୍ଯ୍ୟନ୍ତ ସବୁ କିଛି କରିଥାନ୍ତି । କାହିଁକିନା ଝିଅମାନେ ଲେଡ଼ିଜ ବିୟୁଟି ପାର୍ଲରରେ ନିଜକୁ ବେଶୀ ସୁରକ୍ଷିତ ମଣିଥାନ୍ତି । କିନ୍ତୁ ଏମିତି ଏକ ବିୟୁଟି ପାର୍ଲର ଅଛି, ଯେଉଁଠି ଜଣେ ଯୁବକ ଏହିସବୁ କାମ କରିଥାନ୍ତି । କିନ୍ତୁ ଏହି ପାର୍ଲରରେ ମହିଳାଙ୍କର ଥାଏ ଅଧିକ ଭିଡ଼ ।

ଉତ୍ତରାଂଚଳ ରୁଡ଼କୀରେ ଅଛି ଏମିତି ଏକ ପାର୍ଲର । ଯେଉଁଠି ଜଣେ ପୁରୁଷ ଯୁବତୀଙ୍କର କରିଥାଏ ପାର୍ଲର ସଂବନ୍ଧୀୟ କାମ । ସେ ଆଇ ବ୍ରୋ ଥ୍ରେଣ୍ଡିଂ ଠାରୁ ଆରମ୍ଭ କରି ବ୍ରାଇଡ଼ାଲ ମେକଅପ, ଚୁଟି କାଟିବା ଆଦି କାମ କରିଥାନ୍ତି । କିନ୍ତୁ ଯୁବତୀମାନେ ଏହି ପାର୍ଲରକୁ ଯିବାକୁ କୁଣ୍ଠାବୋଧ କରିବା ତ ଦୂରର କଥା , ଅଧିକ ଭିଡ଼ ଜମାଇଥାନ୍ତି ।

ପାର୍ଲର କରିଥିବା ଯୁବକ କୁହନ୍ତି, ୮/୧୦ ଫୁଟର ଘର ନେଇ ଏହି ପାର୍ଲର କାମ କରୁଛନ୍ତି । ବିଶ୍ଵାସ ବଜାଇ ରଖିଥିବାରୁ ଯୁବତୀମାନଙ୍କର ଭିଡ଼ ଥାଏ । ସେ ଏହି କାମ ତାଙ୍କ ଭଉଣୀ ବିବାହ ପରଠାରୁ କରୁଛନ୍ତି ବୋଲି କହିଛନ୍ତି । ଯୁବକଙ୍କ ଭଉଣୀ ଏହି ପାର୍ଲର ଚଳାଉଥିଲେ ।

ଯୁବକ କହିଛନ୍ତି, ସେ  ଥରେ ତାଙ୍କ ଭଉଣୀର ମେହେନ୍ଦି କରିଥିଲେ । ଏଥିରେ ତାଙ୍କ  ଭଉଣୀ ଓ ଭଉଣୀର  ସାଙ୍ଗସାଥୀ ପ୍ରଂଶସା କରିଥିଲେ । ତା ପରଠାରୁ ମେହେନ୍ଦୀ କାମ ଶୀଖିବା ଠାରୁ ପାର୍ଲର କାମ ଶିଖିଥିଲେ । ଏହିକାମ ଭଉଣୀସହ ମିଶି କରୁଥିଲେ । ଭଉଣୀ ବିବାହ ପରେ ସେ ଏହି କାମ ଏକା କରୁଥିବା କଥା କହିଛନ୍ତି ।

ସେ ସେତିକି ବିଶ୍ଵାସଭାଜନ ଥିବାରୁ ଯୁବତୀମାନେ ଆସିବାକୁ ଆଗ୍ରହ ପ୍ରକାଶ କରୁଥିବା କଥା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.