ନିଆରା କଳାକୃତି ମାଧ୍ୟମରେ ଦଶହରା ଶୁଭେଚ୍ଛା ଦେଲେ ଶିଳ୍ପୀ, ଆଇସିକ୍ରିମ କାଠିରେ ତିଆରି କଲେ ମା' ଦୁର୍ଗାଙ୍କ ମୂର୍ତ୍ତି

Published By : Prameya-News7 Bureau | October 11, 2021 IST

ପୁରୀ, ୧୧/୧୦: ପବିତ୍ର ଦଶହରା ଅବସରରେ ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ ନାୟକ ନିଆରା କଳାକୃତି ମାଧ୍ୟମରେ ଦଶହରା ଶୁଭେଚ୍ଛା ଦେଇଛନ୍ତି। ୨୭୫ଟି ଆଇସିକ୍ରିମ କାଠି ବ୍ୟବହାର କରି ବିଶ୍ୱଜିତ ମା ଦୁର୍ଗାଙ୍କ  ମୁଖମଣ୍ଡଳ ପ୍ରତିକୃତି  ବନାଇଛନ୍ତି। ଏହି ଆକର୍ଷଣୀୟ କଳାକୃତି ପାଇଁ ବିଶ୍ୱଜିତଙ୍କୁ ୬ ଦିନ ସମୟ ଲାଗିଥିଲା।

wp:html https://www.youtube.com/watch?v=yC8B_33xRbI /wp:html

ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁ ନିରାଡ଼ମ୍ବର ଭାବେ ଦୂର୍ଗା ପୂଜା ଅନୁଷ୍ଠିତ ହେଉଥିବା ବେଳେ ଲୋକମାନେ ସରକାରଙ୍କ ନିୟମ ମାନିବାକୁ ବିଶ୍ୱଜିତ ଅନୁରୋଧ କରିଛନ୍ତି। ପୂର୍ବରୁ ଆଇସିକ୍ରିମ କାଠିରେ ଅନେକ କଳାକୃତି କରି ବିଶ୍ୱଜିତ ନାୟକ ଅନେକ ପୁରସ୍କାର ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.