Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅଜବ ଯୋଗାଡ ! ଇଟା ସିମେଣ୍ଟରେ ତିଆରି କଲେ କୁଲର୍: ଭିଡିଓ ସେୟାର କରି ଆଇପିଏସ୍ ଅଧିକାରୀ ଲେଖିଲେ, ଦେଖନ୍ତୁ ହିନ୍ଦୁସ୍ତାନୀ ଯୋଗାଡ଼

15/06/2021 at 6:47 PM

ନୂଆଦିଲ୍ଲୀ ୧୫/୦୬ : ଭାରତବାସୀ ଯୋଗାଡ ମାଧ୍ୟମରେ ନିଜ କାମ ଚଳାଇବାରେ ଦୁନିଆରେ ସବୁଠାରୁ ଆଗରେ। କାର୍ଯ୍ୟ ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ସେମାନେ ନିଜ ଯୋଗାଡ ସାହାଯ୍ୟରେ ସବୁକିଛି ସହଜ କରିଦେଇଥାନ୍ତି। କିନ୍ତୁ କୌଣସି କାମକୁ ପୁରା ନକରି ଛାଡ଼ନ୍ତି ନାହିଁ। ସୋସିଆଲ ମିଡିଆରେ ଏହିଭଳି ଏକ ଯୋଗାଡ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ଆପଣ ମଧ୍ୟ ପ୍ରଶଂସା ନକରି ରହି ପାରିବେ ନାହିଁ। କିଭଳି ଜଣେ ବ୍ୟକ୍ତି ଦେଶୀ ଯୋଗାଡ ମାଧ୍ୟମରେ ଇଟା ଏବଂ ସିମେଣ୍ଟରୁ କୁଲର୍ ତିଆରି କରିଛନ୍ତି ତାହା ଏ ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓ ସହିତ ଏକ ମଜାଦାର କ୍ୟାପସନ୍ ଦେଇ ସେ ଲେଖିଛନ୍ତି, ‘କୁଲର୍ ତିଆରି କରିଥିବା ବ୍ୟକ୍ତିଙ୍କୁ #LG ଓ # ବ୍ଲୁଷ୍ଟାର୍ କମ୍ପାନୀ ଵାଲା ଖୋଜୁଛନ୍ତି।’ ଭିଡିଓରେ ଆପଣ ଦେଖିପାରିବେ ଯେ କୁଲର ଖୁବ ସ୍ପିଡ଼ରେ ଚାଲୁଛି ଏବଂ ବିଶେଷ କଥା ହେଉଛି ଏହି କୁଲରଟି ଇଟା ଏବଂ ସିମେଣ୍ଟରେ ତିଆରି ହୋଇଛି। କୁଲରର ଟାଙ୍କି ସିମେଣ୍ଟରେ ତିଆରି ହୋଇଛି ଓ ବଡି ଇଟାରେ ତିଆରି ହୋଇଛି। ଏହି କୁଲରର ଗଠନ ମଧ୍ୟ ପ୍ଲାଷ୍ଟିକ୍ ଏବଂ ଲୁହା କୁଲର ଭଳି।

ଲୋକେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓ ସେୟାର ହେବାର ମାତ୍ର କିଛି ପରେ ଭାଇରାଲ ହୋଇଛି। ୟୁଜର୍ସ ଭିଡିଓରେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି ଏହା ୩ ଟନ ଭଳି ଜଣାପଡୁଛି। ଆଉ ଜଣେ ୟୁଜର ଲେଖିଛନ୍ତି, ଟନ୍ ଟନା ଟନ୍ ଲାଗୁଛି।

   Related Posts