ବାହାଘର ଶୋଭାଯାତ୍ରା ପଥଚାରୀଙ୍କ ପାଇଁ ହେଲା କାଳ, ଯାଉଥିବା ବେଳେ ବାଣଫୁଟି ଆଖି ନଷ୍ଟ

Published By : Prameya-News7 Bureau | May 07, 2021 IST

ଭଦ୍ରକ ୦୭।୦୫ : ବାହାଘର ଉତ୍ସବରେ ବାଣ ଫୁଟିବା ବେଳେ ବାଟରେ ଯାଉଥିବା ପଥଚାରୀଙ୍କ ପାଇଁ ମହଙ୍ଗା ପଡିଛି। ବାଣ ଫୁଟି ଆଖିରୁ ପଡିବାରୁ ଆଖିନଷ୍ଟ ହୋଇ ଯାଇଛି। କେବଳ ଏତିକି ନୁହେଁ  ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କରୋନା କଟକଣା ସମୟରେ ଶୋଭାଯାତ୍ରା ଉପରେ କଟକଣା ଲାଗୁଥିବା ବେଳେ କେଉଁ ପରିସ୍ଥିତିରେ ଶୋଭାଯାତ୍ରା ସହ ବାଣ ଫୁଟିଲା ତାକୁ ନେଇ ପ୍ରଶ୍ନ ଉ ଉଠିଛି।

ସୂଚନା ଅନୁଯାୟୀ ପୁରୁଣାବଜାର ଥାନା ଅନ୍ତର୍ଗତ ଲାହାପଟିଠାରେ ଏକ ବର ଶୋଭାଯାତ୍ରାରେ ବାହାରି ଥିଲା। ଏହି ବାହାଘର ଉତ୍ସବରେ ରାସ୍ତା କଡରେ ବାଣ ଫୁଟାଯାଉଥିଲା। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଯୁବକ ଜଣଙ୍କ ଆଖିରେ ବାଣ ଛିଟିକି ଯାଇ ମାଡ଼ ହୋଇଥିଲା। ଘଟଣାରେ ସ୍ଥଳରେ ଯୁବକ ଜଣଙ୍କ ଗୁରୁତର ହୋଇଯାଇଥିଲେ। ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲ ରେଫର କରାଯାଇଥିବା ସୂଚନା ମିଳିଛି।

ଯୁବକ ଜଣଙ୍କ ଆଖିରେ ବାଣ ଫୁଟି ଥିବାରୁ, ତାଙ୍କ ଆଖି ନଷ୍ଟ ହୋଇଥିବା ମଧ୍ୟ ସୂଚନା ମିଳିଛି। ଏନେଇ ଗୁରୁତର ଯୁବକଙ୍କ ଦାଦା ପୁରୁଣାବଜାର ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ କୋଭିଡ କଟକଣା ସମୟରେ କେଉଁଭଳି ଭାବେ ବାଣ ଫୁଟାଯାଉଥିଲା, ପୋଲିସ ପାଖରେ ଏନେଇ କିଛି ଖବର ନ ରହିବା ତାକୁ ନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.