Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପାସ୍‌ବୁକ୍‌ ଅପଡେଟ୍‌ ପାଇଁ ଯାଇଥିଲେ ବ୍ୟାଙ୍କ, ଚେକ୍‌ କରିବା ପରେ ୪ ଲକ୍ଷ ୮୫ ହଜାର ଟଙ୍କା ଗାଏବ୍‌

23/09/2021 at 10:05 PM

ରାଇରଙ୍ଗପୁର, ୨୩/୦୯: ରାଇରଙ୍ଗପୁର ଅଞ୍ଚଳରେ ଦିନକୁ ଦିନ ଅନଲାଇନ ଠକେଇ ଘଟଣା ବଢି ଚାଲିଥିବା ଦେଖିବାକୁ ମିଳୁଛି । କିଛିଦିନ ତଳେ ଗୁଜୁରାଟରୁ ସ୍ୱାଇପ ମେସିନ ମାଧ୍ୟମରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି ନେଇଥିଲା ଗୁଜୁରାଟ ପୋଲିସ। ସେହିପରି ରାଇରଙ୍ଗପୁର ସ୍ଥିତ ଆକ୍ସିସ ବ୍ୟାଙ୍କରୁ ଆଜି ଆଉ ଏକ ଅଭିଯୋଗ ଆସିଛି ।

ସୂଚନା ମୁତାବକ, ଜାମଦା ବ୍ଲକ ବେଲପୋଷି ଗ୍ରାମର ନାରାୟଣ ପାତ୍ର ନାମକ ବ୍ୟକ୍ତିଙ୍କ ଆକ୍ସିସ ବ୍ୟାଙ୍କରେ ଥିବା ସେଭିଂସ୍‌ ଖାତାରୁ କେହି UPI ମାଧ୍ୟମରେ ୪ ଲକ୍ଷ ୮୫ ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଆଜି ନାରାୟଣ ତାଙ୍କ ପାସବହି ଅପଡେଟ କରିବାକୁ ଯାଇ ଗତ ଦୁଇ ତାରିଖରେ କେହି ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts