ଖଣ୍ଡଗିରି ତପୋବନ ସ୍କୁଲ ନିକଟରୁ କାର୍ ଲୁଟ୍

Published By : Prameya-News7 Bureau | July 05, 2018 IST

ଖଣ୍ଡଗିରି ତପୋବନ ସ୍କୁଲ ନିକଟରୁ କାର୍ ଲୁଟ୍ । ଡ୍ରାଇଭର ହାତକୁ ହାଣି କାର୍ ଲୁଟି ନେଇଛନ୍ତି ଲୁଟେରା । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ଭୋର ୫ଟାରେ ଏହି ଲୁଟ୍ ଘଟିଛି । ଫୋନ କରି ଲୁଟେରାମାନେ ପ୍ରଥମେ ଏକ କାର୍ ବୁକିଂ କରିଥିଲେ । କାର୍ ତପୋବନ ସ୍କୁଲ ନିକଟରେ ଥିବା ବେଳେ ସ୍କୁଟିରେ ଆସି ୨ଜଣ ଲୁଟେରା ଡ୍ରାଇଭରଙ୍କୁ ହାଣି କାର୍ ଲୁଟି ନେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.