Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାମାକ୍ଷାନଗରରେ ବ୍ଲାକ ପଲସର ଆତଙ୍କ; ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ହଜାର

19/09/2018 at 3:41 PM

ଢେଙ୍କାନାଳ ୧୯/୯ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍କମଞ୍ଜୁରି ଠାରୁ ଆଜି ସକାଳ ୧୧ଟା ସମୟରେ ସୁନିଲ ମିଶ୍ର ନାମକ କାମାକ୍ଷାନଗରର ଜଣେ ଯୁବକଙ୍କ ଠାରୁ ବନ୍ଧୁକ ଦେଖାଇ ଭୂଜାଲିରେ ଅାକ୍ରମଣ କରି ପଚାଶ ହଜାର ଟଙ୍କା ଲୁଟିନେଲେ ଦୂର୍ବୁତ୍ତ । ସୁନିଲ କଙ୍କଡାହାଡ ଥାନା ବାଟ ଗାଁ ଠାରେ STATE BANK OF INDIA ତରଫରୁ ଏକ CSP(COSTEMBER SERVICE POINT) ଖୋଲି କାର୍ଯ୍ୟ କରୁଥିଲେ । ଅାଜି ସେଠାକୁ ଯିବା ସମୟରେ କାମାକ୍ଷାନଗର କଙ୍କଡାହିଡ ରାସ୍ତା ବାଙ୍କମଞ୍ଜରୀ ଠାରେ ୩ଜଣ ଦୂର୍ବୁତ୍ତ ଏକ କଳା ପଲସରରେ ଅାସି ବନ୍ଧୁକ ଦେଖାଇ ଗାଡିକୁ ଅଟକାଇବା ସହ ଭୂଜାଲିରେ ତାଙ୍କ କାନକୁ ହାଣି ଦେଇଥିଲେ । ଯାହା ଫଳରେ ତାଙ୍କର କାନ ଓ ହାତରେ କ୍ଷତ ସୃଷ୍ଟି ହୋଇଛି । ଏହାପରେ ଦୂର୍ବୁତ୍ତମାନେ ତାଙ୍କ ନିକଟରୁ ପଚାଶ ହଜାର ଟଙ୍କା ନେଇ ପଳାଇ ଯାଇଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

   Related Posts