Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବନ୍ଧୁତା କରି ପୋଲିସ୍ ଚାକିରୀ ପାଇଁ ୭ ଲକ୍ଷ ଠକି ନେଲା ଠକ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍‌

30/09/2021 at 11:10 PM

ବାଲିପାଟଣା, ୩୦ ।୯: ପୋଲିସ୍ ଚାକିରୀ କରାଇ ଦେବାକୁ କହି ୭ ଲକ୍ଷ ଠକେଇ । ଅଭିଯୋଗ ପରେ ବାଲିପାଟଣା ପୋଲିସ୍ ଢେଙ୍କାନାଳରୁ ଠକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ ବାଲିପାଟଣା ଥାନା ବରଦାପଡ଼ା ଗ୍ରାମର ସୌରଭ ରଂଜନ ବେହେରା ସ୍ନାତକ ପରେ ଚାକିରୀ ଆଶାୟୀ ଥିଲେ । କିଛି ଦିନ ପୂର୍ବେ ଢେଙ୍କାନାଳ ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ନିରଂଜନ ଖଟୁଆଙ୍କ ସହ ଉତ୍ତରା ଛକରେ ଥିବା ଏକ ଜିମରେ ଦେଖା ହୋଇଥିଲା । ସମ୍ପର୍କ ବଢିବା ପରେ ନିରଂଜନ ଜଣେ ବରିଷ୍ଠ ପୋଲିସ୍ କର୍ମଚାରୀଙ୍କ ପୁତ୍ର ବୋଲି ପରିଚୟ ଦେଇ ପୋଲିସ୍ ଚାକିରୀର ଲୋଭ ଦେଖାଇଥିଲା । ଏଥିପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲା ନିରଂଜନ । ଗତ ଜାନୁୟାରୀ ମାସରୁ ତିନୋଟି କିସ୍ତିରେ ୭ ଲକ୍ଷ ନେଇଥିଲା ଅଭିଯୁକ୍ତ । ମାସକ ମଧ୍ୟରେ ଚାକିରି କରାଇ ଦେବାକୁ ପ୍ରତିସୃତି ଦେଇ ପରେ ଧରା ଛୁଆଁ ଦେଇ ନ ଥିଲା ନିରଂଜନ । ସୌରଭ ଏ ନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ନିରଂଜନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।

   Related Posts