Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ତୁମକୁ ମୁଁ ବହୁତ ଭଲପାଏ’, ମହିଳାଙ୍କୁ ଏତିକି କହି ୨୦ ଲକ୍ଷ ଟଙ୍କା ଲୁଟିନେଲେ ଯୁବକ

5/10/2021 at 7:22 PM

ନୂଆଦିଲ୍ଲୀ, ୦୫/୧୦: ପ୍ରେମକରି ଲୁଟ୍‌ର ଶିକାର ହୋଇଥିବା ଘଟଣା ଅପଣ ଅନେକ ଦେଖିଥିବେ ଓ ଶୁଣିଥିବେ । କିନ୍ତୁ ଜଣେ ମହିଳା ପ୍ରେମ ପାଇଁ ୨୦ ଲକ୍ଷ ଖର୍ଚ୍ଚ କରିବା ଏବଂ ପ୍ରେମିକକୁ ସାକ୍ଷାତ କରିବା ପାଇଁ ଅନ୍ୟ ଦେଶରେ ଯାଇ ପହଞ୍ଚିବା ନିଶ୍ଚୟ ଆପଣଙ୍କୁ ଟିକେ ଅଲଗା ଲାଗିବ ।

ବାସ୍ତବରେ ଏହି ମହିଳା ଜଣଙ୍କ ଇଂଲଣ୍ଡର। ‘ଡେଲି ଷ୍ଟାର’ର ଏକ ରିପୋର୍ଟ ଅନୁଯାୟୀ, ଏହି ମହିଳା ଅନଲାଇନ୍ ଡେଟିଂ ଆପରେ ଜଣେ ବ୍ୟକ୍ତିଙ୍କ ସହ ସାଙ୍ଗ ହୋଇଥିଲେ। । ପରେ ଜାଣିବାକୁ ପାଇଲେ ଯେ ଏହି ହ୍ୟକ୍ତି ଆମେରିକାର ବାସିନ୍ଦା । ରୁଥ ଟନିକଲିଫ୍ ନାମକ ଏହି ମହିଳାଙ୍କୁ ବର୍ତ୍ତମାନ ୬୧ ବର୍ଷ । ଯେତେବେଳେ ତାଙ୍କ ସହିତ ଏପରି ଘଟଣା ଘଟିଥିଲା ​​ସେତେବେଳେ ତାଙ୍କୁ ପଚାଶ ବର୍ଷ ବୟସ ହୋଇଥିଲା । ଅର୍ଥାତ୍ ମହିଳା ପ୍ରାୟ ଦଶ ବର୍ଷ ପୂର୍ବର ଏହି ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ସେତେବେଳେ ଏହି ମହିଳା ଅନେକ ଅନଲାଇନ୍ ଡେଟିଂ ଆପ୍ ବ୍ୟବହାର କରିଥିଲେ । ତେଣୁ ତାଙ୍କ ସହି ଏ ସବୁ ଘଟିଥିଲା ।

ମହିଳା ଧୀରେଧୀରେ ସେହି ଆମେରିକୀୟ ବନ୍ଧୁଙ୍କ ସହ କଥା ହେବା ଆରମ୍ଭ କରିଥିଲେ। ପରେ ଦୁହେଁ ପରସ୍ପରର ଅତି ନିକଟତର ହୋଇଥିଲେ ଏବଂ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ଶୀଘ୍ର ସାକ୍ଷାତ କରିବେ। ମହିଳା ଜଣକ କହିଥିଲେ ଯେ ତାଙ୍କର ନିକଟରେ ଛାଡପତ୍ର ହୋଇଥିଲା । ତେଣୁ ସେ ନିଜକୁ ଏକୁଟିଆ ଅନୁଭବ କରୁଥିଲେ । ତାଙ୍କର ତିନୋଟି ସନ୍ତାନ ଥିଲେ । ଛାଡପତ୍ର ତାଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା । ସେହି ସମୟରେ ପିଟର ନାମକ ଏହି ଆମେରିକୀୟ ଯୁବକ ତାଙ୍କ ସହ ଯୋଗାଯୋଗରେ ଆସିଥିଲେ । ପିଟର ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଏହା ପରେ ମହିଳା ଜଣକ ସ୍ଥିର କଲେ ଯେ ସେ ଯୁବକଙ୍କୁ ଭେଟିବାକୁ ଆମେରିକା ଯିବେ।

ମହିଳା ଜଣକ ଆମେରିକାରେ ପହଞ୍ଚିବା ପରେ ଯୁବକ ଜଣକ ମହିଳାଙ୍କୁ ଭଲ ଭାବରେ ସ୍ୱାଗତ କରିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କ ସହ ପରିଚିତ କରାଇଥିଲେ। ଧୀରେ ଧୀରେ ଯୁବକ ଜଣକ ମହିଳାଙ୍କଠାରୁ ଟଙ୍କା ଲୁଟିବା ଆରମ୍ଭ କଲା। ଯୁବକ ଜଣକ ମହିଳାଙ୍କଠାରୁ ପ୍ରାୟ କୋଡ଼ିଏ ଲକ୍ଷ ଟଙ୍କା ଲୁଟିଥିଲେ। ରିପୋର୍ଟ ଅନୁଯାୟୀ, କିଛି ଦିନ ପରେ ମହିଳା ଜଣକ ସନ୍ଦେହ କରିଥଲେ ଯେ ତାଙ୍କୁ ବହୁତ ପ୍ରତାରଣା କରାଯାଇ ଥାଇପାରେ। ପରେ ଯେତେବେଳେ ମହିଳାଙ୍କ ଟଙ୍କା ସରିଗଲା, ଯୁବକ ଜଣକ ହଠାତ୍ ଉକ୍ତ ମହିଳାଙ୍କ ସହ ମିଶିବା ବନ୍ଦ କରିଦେଲେ। ସେ ରହୁଥିବା ହୋଟେଲକୁ ମଧ୍ୟ ଟଙ୍କା ପଇଠ କରିବାକୁ ତାଙ୍କ ପାଖରେ ଟଙ୍କା ବାକି ନଥିଲା।

ହୋଟେଲରେ ମହିଳା ଜଣକ ନିଷ୍ପତ୍ତି ନେଇଥିଲେ ଯେ ସେ ପୁରା କାହାଣୀ ପୋଲିସକୁ କହିବେ। ସେଠାରୁ ସେ ପୋଲିସ ପାଖକୁ ଯାଇ ପୁରା କାହାଣୀ କହିଥିଲେ। ପୋଲିସ କୌଣସି ପ୍ରକାରେ ମହିଳାଙ୍କୁ ଇଂଲଣ୍ଡକୁ ପଠାଇ ଦେଇଥିଲା। ଏହା ପରେ ପୋଲିସ ଅନୁସନ୍ଧାନ ବେଳେ ଯୁବକଙ୍କୁ ମଧ୍ୟ ଗିରଫ କରିଥିଲା । ତେବେ ଯୁବକକୁ କେଉଁ ଦଣ୍ଡ ଦିଆଯାଇଥିଲା ତାହା ଜଣାପଡ଼ିନାହିଁ ।

   Related Posts