Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଖି ପାଉଥିବା ଇଲାକାର ଏକମାତ୍ର ନର: ଗୋଟିଏ ଦ୍ୱୀପରେ ଗୋଟିଏ ମଣିଷ, ବିତିଲାଣି ଦୁଇ ଯୁଗ

28/04/2020 at 8:05 PM

ସିଡନୀ, ୨୮|୦୪:  କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ ୩ ତାରିଖ ଯାଏଁ ଲକଡାଉନ୍ ବୃଦ୍ଧି କରିଛନ୍ତି । ଜନତା ମଧ୍ୟ ସାମାଜିକ ଦୂରତା ରକ୍ଷା କରି ନିଜନିଜ ଘର ମଧ୍ୟରେ ରହୁଛନ୍ତି । ଏହି ସମୟରେ ସେମାନେ ହଲରେ ପିଲ୍ମ ଦେଖିବା, ବାହାରେ ବୁଲାବୁଲି କରିବା ଆଦି ବନ୍ଦ କରିଛନ୍ତି । ଭିନ୍ନ ଭିନ୍ନ ଉପାୟରେ ସେମାନେ ସମୟ ଅତିବାହିତ କରୁଛନ୍ତି । ଲୋକମାନେ ଏବେ ଘରେ ନିଜ ପରିବାର ସହ ସମୟ ବିତାଉଛନ୍ତି . କିନ୍ତୁ ଗତ ୨୩ ବର୍ଷ ହେଲା ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଗୋଟିଏ ଦ୍ୱୀପରେ ଏକାକି ରହୁଛନ୍ତି ।

୭୬ ବର୍ଷୀୟ ଡେଭିଡ୍ ଗ୍ଲିସମ୍ ସେୟାର ବଜାରରେ ନିଜର ସମସ୍ତ ସମ୍ପତ୍ତି ହରାଇଥିଲେ । ଏହାପରେ ସେ ଗତ ୨ ଦଶକ ଧରି ଗୋଟିଏ ଦ୍ୱୀପରେ ଏକା ରହୁଛନ୍ତି । ୧୯୯୭ରେ ସେ ନିଜ ସମ୍ପତି ଓ ପରିବାର ଲୋକଙ୍କୁ ହରାଇବା ପରେ ନର୍ଥ ଅଷ୍ଟ୍ରେଲିଆର ରେଷ୍ଟୋରେସନ ଆଇଲାଣ୍ଡରେ ରହିବା ଆରମ୍ଭ କରିଥିଲେ । ଡେଭିଡ୍ ଏବେ ଏକା ସମୟ କିପରି କାଟିବା ଉଚିତ ସେନେଇ ପରାମର୍ଶ ଦେଇଛନ୍ତି ।  

ମେଲ୍ ଅନଲାଇନ୍ ଟ୍ରାଭେଲ୍ ସହ ଆଲୋଚନା କରି ସେ କହିଛନ୍ତି ଯେ, ସେ ଖାଦ୍ୟପାନୀୟ ବ୍ୟତୀତ ସୋଲାର ସିଷ୍ଟମ ଦ୍ୱାରା ପରିଚାଳିତ ଇଣ୍ଡରନେଟ୍, ବହି ପଡୁଛନ୍ତି । ଏହାସହ ୨ ଟି ଫିମେଲ୍ ମ୍ୟାନିକ୍ୱୀନ୍ ପାଖରେ ରଖିଛନ୍ତି ।ଏହାକୁ ସେ ନିଜ ସାଥୀ ଭାବେ ବ୍ୟବହାର କରୁଛନ୍ତି । ପାଣି ପାଇଁ ବର୍ଷା ଓ ପାହାଡର ଜଳ ଉପରେ ନିର୍ଭର କରୁଛନ୍ତି । ସମୁଦ୍ରରୁ ମାଛ, ନଡିଆ, ଚେରୀ, ବାଦାମକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । ସେ ବର୍ଷକୁ ଥରେ ବାହାର ଦୁନିଆକୁ ଯାଇଥାନ୍ତି । ଏହି ସମୟରେ ସେ ବ୍ରସ୍, ପେଷ୍ଟ ଆଦି କିଣିଥାନ୍ତି । ସେ ଏଠାକୁ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ । କିନ୍ତୁ ଏହି ସ୍ଥାନକୁ ଭଲ ପାଇଯାଇଥିଲେ ।

   Related Posts