ଚାକିରୀ ପାଇଁ ଆବେଦନ ପତ୍ରରେ ନିଜର ଦକ୍ଷତା ‘ଗୁଗ୍‌ଲିଂ’ ବୋଲି ଦର୍ଶାଇଲେ ଯୁବକ, CV ଦେଖି ଖୁସି ହୋଇଗଲେ ଇଣ୍ଟରଭ୍ୟୁୟର

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ ୨୬/୭: ଚାକିରୀ ପାଇଁ ଆଶାୟୀ ପ୍ରାର୍ଥୀ ନିଜର ଆବେଦନ ପତ୍ରରେ ଶିକ୍ଷାଗତ ଯୋଗ୍ୟତା ସାଙ୍ଗକୁ ଦକ୍ଷତା ସମ୍ପର୍କରେ ଉଲ୍ଲେଖ କରିଥାନ୍ତି। ଦକ୍ଷତା ଏବଂ ରୁଚି ସମ୍ପର୍କରେ ଲେଖିଲା ବେଳେ ଆଶାୟୀ ପ୍ରାର୍ଥୀ ନିଜର ଇଚ୍ଛା ପରିବେର୍ତେ ଇଣ୍ଟଭ୍ୟୁୟରଙ୍କୁ ଖୁସି କରିବାକୁ ୨-୩ଟା ଲାଇନ୍‌ ଲେଖିପକାନ୍ତି । କିନ୍ତୁ ଏମିତି କିଛି ଆଶାୟୀ ଅଛନ୍ତି ଯିଏ ନିଜର ଇଚ୍ଛାକୁ ଦମନ କରିବାକୁ କେବେ ବି ଚାହାନ୍ତିନାହିଁ। ସେଥିପାଇଁ ସେମାନେ ଚାରିଆଡ଼େ ନିରାଶ ହୁଅନ୍ତି ସତ କିନ୍ତୁ ଜିଦ୍‌ ଛାଡ଼ନ୍ତି ନାହିଁ। କିନ୍ତୁ ପରେ ସେମାନଙ୍କୁ ସଫଳତା ମିଳି ହିଁ ଯାଏ।

ସେମିତି ଏକ ସିଭି ଏବେ ଭାଇରାଲ୍‌ ହେଉଛି। ଯେଉଁଥିରେ ଚାକିରୀ ପାଇଁ ଆବେଦନ କରିଥିବା ଯୁବକ ନିଜର ଦକ୍ଷତା ଭାବେ ‘ଗୁଗଲିଂ’ (ଗୁଗଲ୍‌​‌ରେ ସର୍ଚ୍ଚ କରିବା) ଉଲ୍ଲେଖ କରିଛନ୍ତି। ଏହି ସିଭିକୁ ତାଙ୍କର ଜଣେ ଇଣ୍ଡରଭ୍ୟୁୟର ମାକ୍‌ ଗୀ ଟ୍ବିଟ୍‌ରରରେ ପୋଷ୍ଟ କରିଛନ୍ତି।

wp:embed {"url":"https://twitter.com/CatMcGeeCode/status/1418592423865950212","type":"rich","providerNameSlug":"twitter","responsive":true,"className":""}
https://twitter.com/CatMcGeeCode/status/1418592423865950212
/wp:embed

ଏହା ସହ ଏହି ସିଭି ପ୍ରକୃତରେ ଇଣ୍ଟରଭ୍ୟୁରେ କମାଲ୍‌ କରିଥିବା ନେଇ ମଧ୍ୟ ସେ ଲେଖିଛନ୍ତି। ଏହି ନିର୍ଦ୍ଧିଷ୍ଟ କାରଣ ପାଇଁ ଟ୍ବିଟ୍‌ରେ ଏବେସୁଦ୍ଧା ୧୩୨୦୦ ରିଟ୍ବିଟ ହୋଇଥିବା ବେଳେ ପାଖାପାଖି ୨ ଲକ୍ଷ ଲାଇକ୍‌ ହୋଇଛି । ଅନେକ ୟୁଜର ଏହାକୁ ନେଇ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

wp:embed {"url":"https://twitter.com/LiamHoughton128/status/1419583529139286019","type":"rich","providerNameSlug":"twitter","responsive":true,"className":""}
https://twitter.com/LiamHoughton128/status/1419583529139286019

/wp:embed wp:embed {"url":"https://twitter.com/IamVamsiAkula/status/1419462994967232513","type":"rich","providerNameSlug":"twitter","responsive":true,"className":""}
https://twitter.com/IamVamsiAkula/status/1419462994967232513
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.